ନୂଆପଡ଼ା: ନୂଆପଡ଼ା ସଦର ବ୍ଳକର ଗୋଡଫୁଲା ଗାଁଦାଣ୍ଡରେ ବୁଲୁଛି ଜଙ୍ଗଲି ଭାଲୁ। ଆଜି ସକାଳୁ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ ଆସି ଗାଁ ଦାଣ୍ଡରେ ରହିଯାଇଛି। ଏବେ ଗାଁ ଲୋକେ ଭାଲୁ ଭୟରେ ଆତଙ୍କିତ ହୋଇ ପଡ଼ିଛନ୍ତି।
ଆଜି ଭୋରରୁ ସାଲିହା ଜଙ୍ଗଲରୁ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ ଗୋଡଫୁଲା ଗାଁକୁ ଚାଲି ଆସିଥିଲା। ଭାଲୁ ଲୋକଙ୍କୁ ଦେଖି ଗାଁ ଦାଣ୍ଡକୁ ଚାଲି ଆସିଥିଲା । ବର୍ତ୍ତମାନ ସୁଦ୍ଧା ଗାଁ ଦାଣ୍ଡରେ ଘୁରି ବୁଲୁଛି। ଗାଁର ଯୁବକମାନେ ନଡ଼ିଆ, କଦଳୀ ଖାଇବାକୁ ଦେଉଛନ୍ତି। ଯୁବକଙ୍କ ହାତରୁ ଭୋକିଲା ଭାଲୁ ଖାଦ୍ୟ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଗାଁ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।
ସୂଚନା ଥାଉକି, ସାଲିହା ଜଙ୍ଗଲକୁ ବନ ବିଭାଗ ଭାଲୁ କରିଡର ଘୋଷଣା କରିଛନ୍ତି। ଏହି ଜଂଗଲକୁ କଣ୍ଟାତାରରେ ବାଡ଼ ଦେଇଥିଲା । ଏବେ ବାଡ଼ ଭାଙ୍ଗି ଯାଇଥିବାରୁ ଭାଲୁ ସହଜରେ ବାହାରକୁ ଆସି ଗାଁମୁହାଁ ହୋଇଛି। ଏହି ଜଙ୍ଗଲରେ ବନ ବିଭାଗ ତରଫରୁ ଭାଲୁର ଖାଦ୍ୟ ପାଇଁ ବ୍ୟବସ୍ଥା ନଥିବାରୁ ଗାଁରେ ପଶି ଖାଦ୍ୟ ସଂଗ୍ରହ କରୁଛି । ଏଭଳି ଅନେକ ସମୟରେ ନିକଟସ୍ଥ ଗୋଡଫୁଲା ଗାଁକୁ ଭାଲୁ ପଶୁଥିବାର ନଜିର ରହିଛି। ତେବେ ଭାଲୁ ଲୋକଙ୍କ ହାତରୁ ଖାଦ୍ୟ ଖାଇ କାହାରି କିଛି କ୍ଷତି କରୁନଥିଲେ ମଧ୍ୟ କେତେବେଳେ ବି ଭାଲୁ ହିଂସ୍ର ହେବାର ଭୟ ରହୁଛି। ଏବେ ଭାଲୁ ଆକ୍ରମଣ ଭୟରେ ଲୋକଙ୍କ ଜୀବନ ପ୍ରତି ବିପଦ ରହୁଛି। ଏଣୁ ଭାଲୁକୁ ଖାଦ୍ୟ ଯୋଗାଇ ଦେବା ସହ ଭାଲୁ ଓ ଗାଁ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗାଁ ଲୋକେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/316161672_876259950040005_6923248819248468239_n.jpg)