ନୂଆପଡ଼ା: ନୂଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ୨୦୧୮-୧୯ ବର୍ଷ ନିମନ୍ତେ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ସଂସ୍ଥା, ନିଏପା, ନୂଆଦିଲ୍ଲୀ, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମ୍ମାନଜନକ ଜାତୀୟ ପୁରସ୍କାର ପାଇଛନ୍ତି। ନିଏପା କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଅଭାସୀ ପୁରସ୍କାର ପ୍ରଦାନ ସମାରୋହରେ ମାନ୍ୟବର କେନ୍ଦ୍ର ଶିକ୍ଷା ରାଜ୍ୟ ମନ୍ତ୍ରୀ ଡଃ. ସୁଭାଷ ସରକାର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଏହି ପୁରସ୍କାର ପ୍ରଦାନ କରିଥିଲେ।
/sambad/media/post_attachments/wp-content/uploads/2022/02/49b917ef-c06b-49a2-be9b-6934c7fdd6de-300x225.jpg)
ନିଏପା ର କୁଳାଧିପତି ମହେଶ ଚନ୍ଦ୍ର ପନ୍ତ, କୁଳପତି ପ୍ରଫେସର ଏନ୍. ଭି. ବର୍ଗୀଜ୍, ଶିକ୍ଷା ବିଭାଗ ମୁଖ୍ୟ ପ୍ରଫେସର କୁମାର ସୁରେଶ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସମଗ୍ର ଭାରfବର୍ଷର ୧୦୦ ଜଣ ଶିକ୍ଷା ଅଧିକାରୀ ଓ ଓଡ଼ିଶାରୁ ମାତ୍ର ଆଠ ଜଣ ଶିକ୍ଷା ଅଧିକାରୀ ଚଳିତ ବର୍ଷ ଏହି ସମ୍ମାନଜନକ ଜାତୀୟ ପୁରସ୍କାର ପାଇଛନ୍ତି। ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରବର୍ତ୍ତନ ଓ ଉତ୍ତମ କାର୍ଯ୍ୟ ନିମନ୍ତେ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/nua.jpg)