ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟଣା:୬୦ ଜଣଙ୍କ ନାମରେ ମାମଲା ରୁଜୁ

ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ଗୋଡାଲ ଗ୍ରାମ ନିକଟରେ ରବିବାର ଟ୍ରକ୍‌ ଧକ୍କାରେ ସିଙ୍ଗଝର ଗାଁର ବାଇକ ଆରୋହୀ ଦୀନେଶ ମାଝୀଙ୍କ ମୃତ୍ୟୁ ଘଟିଥିଲା। ପରେ ଉତ୍ତ୍ୟକ୍ତ ଲୋକମାନେ ସିନାପାଲି-ଦେଓଭୋଗ ରାସ୍ତାକୁ ବହୁ ସମୟ ଧରି ଅବରୋଧ କରିଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ନୀଳାମ୍ବର ସୁନା, ଡିଏସ୍‌ପି ରବୀନ୍ଦ୍ର ସେଠୀ, ଆଇଆଇସି ଜ୍ୟୋତିରଂଜନ ଗୌଡ, ଅଗ୍ନିଶମ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଟ୍ରକ୍‌କୁ ଜାଳି ଦେବା ସହ ପୁଲିସକୁ ଗାଳିଗୁଲଜ କରିଥିଲେ। ଏପରିକି ପୁଲିସ ଓ ଟ୍ରକ୍‌ ମାଲିକଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏହି ଘଟଣାର ତଦନ୍ତ କରି ସିନାପାଲି ପୁଲିସ ୬୦ ଜଣଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର