୨୦ ଫୁଟ ପୋଲ ତଳକୁ ଖସିଲା ବାଇକ୍‌, ବାପା-ପୁଅ ଗୁରୁତର:ଆସିଲାନି ୧୦୮, ସାମ୍ବାଦିକ ନେଲେ ହସ୍ପିଟାଲ

ନୂଆପଡ଼ା: ଜୋଙ୍କ ଥାନା ପରକୋଡ ଗ୍ରାମ ନିକଟରେ ଗୁରୁବାର ଏକ ବାଇକ (ଓଡି ୧୭ଡି ୭୬୯୬) ଭାରସାମ୍ୟ ହରାଇ ୨୦ ପୋଲରୁ ୨୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଏଥିରେ ବରଗଡ଼ ଜିଲ୍ଲା ପାଇକମାଲ ନରସିଂପଡାର ଭକ୍ତପ୍ରହଲ୍ଲାଦ ବେହେରା (୪୬) ଓ ତାଙ୍କ ପୁଅ ଲବଣୀକାନ୍ତ ବେହେରା (୨୦) ଗୁରୁତର ଆହତ ହୋଇଛନ୍ତି।
ଭକ୍ତ ପ୍ରହଲ୍ଲାଦ ଓ ତାଙ୍କ ପୁଅ ଲବଣୀକାନ୍ତ ମାର୍କେଟିଂ ପାଇଁ ଏକ ବାଇକ୍‌ରେ ଖରିଆର୍‌ ରୋଡ୍‌ ଅଭିମୁଖେ ଯାଉଥିଲେ। ପରକୋଡ ଗ୍ରାମ ନିକଟରେ ଏକ ପୋଲରୁ ଖସି କେନାଲରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ୧୦୮କୁ ବାରମ୍ବାର ଫୋନ୍‌ କଲେ ବି କେହି ଉତ୍ତର ଦେଇନଥିଲେ। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଗାଡ଼ି ଚାଳକଙ୍କୁ ଲିଫ୍ଟ ମାଗିଥିଲେ ବି ଶୁଣିନଥିଲେ। କିଛି ସମୟ ପରେ ଏହି ବାଟ ଦେଇ ଯାଉଥବା ‘ସମ୍ବାଦ’ ପ୍ରତିନିଧି ବିଭୁ ପ୍ରସାଦ ଗୁରୁ ନିଜ ଗାଡ଼ିରେ ଆହତ ବାପ-ପୁଅଙ୍କୁ ଉଦ୍ଧାର କରି ଖରିଆର୍‌ ରୋହ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଭକ୍ତପ୍ରହଲ୍ଲାଦଙ୍କ ଛାତିରେ ଆଘାତ ଲାଗିଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର