ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ୨ ନମ୍ବର ଜିଲ୍ଲା ପରିଷଦ ଜୋନ ଉପନିର୍ବାଚନ ଗଣତି ଶେଷ ହୋଇଯାଇଛି। ବିଜେଡି ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ ୧୦୬୨୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସକାଳ ୯ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ମୋଟ ୧୨ରାଉଣ୍ଡ ଗଣତି ହୋଇଥିଲା। ବିଜେଡି ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ ୧୬୦୧୭ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଗୌରୀଶଙ୍କର ପଣ୍ଡା ୫୩୯୩ ଖଣ୍ଡ ଭୋଟ ପାଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ କାଞ୍ଚନ ଶବର ୨୪୦୯ ଖଣ୍ଡ ଭୋଟ ପାଇଛନ୍ତି। ବିଜେଡି ନିଜ ସ୍ଥାନକୁ ପୁଣି ଅକ୍ତିଆର କରିଥିବା ଜଣାପଡ଼ିଛି।

Advertisment

୨ନମ୍ବର ଜିଲ୍ଲା ପରିଷଦ ଜୋନରେ ୨୪୫୦୧ ଜଣ ଭୋଟର ନିଜ ମତ ସାବ୍ୟସ୍ତ କରିଥିବା ବେଳେ ୬୮୨ଟି ଭୋଟ ନାକଚ ହୋଇଛି। ୨୩୮୧୯ ଖଣ୍ଡ ଉପଯୁକ୍ତ ଭୋଟ ରହିଥିବା ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଜଣାପଡ଼ିଛି।