ବୋଡ଼େନ : ଲାଞ୍ଚ ନେଉଥିବା ବେଳେ ବୋଡ଼େନ ଥାନାର ଏଏସ୍ଆଇ ପ୍ରଭାତ ପଣ୍ଡା ଭିଜିଲାନ୍ସ୍ ହାତରେ ଧରା ପଡ଼ିଛନ୍ତି। ଗତ ଜାନୁଆରି ୧୬ ତାରିଖରେ ଖିରମାଳ ଗାଁର ଜଗଦୀଶ ଅଦା ଓ ତାଙ୍କ ଜଣେ ପଡ଼ୋଶୀଙ୍କ ସହ ଝଗଡ଼ା ହୋଇଥିଲା। କେସ୍ ଫଇସଲା କରିବା ପାଇଁ ଏଏସ୍ଆଇ ଶ୍ରୀ ପଣ୍ଡା ଟଙ୍କା ଦାବି କରିଥିଲେ। ଏ ନେଇ ଜଗଦୀଶ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ଅନୁସାରେ ଏଏସ୍ଆଇ ଶ୍ରୀ ପଣ୍ଡା ପୁଲିସ ବାରାକ୍ ସ୍ଥିତ ବାସଭବନରେ ଜଗଦୀଶଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଥିଲେ। ତାଙ୍କୁୁ ଗିରଫ କରାଯାଇ ତଦନ୍ତ ଚାଲିଛି।
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବୋଡ଼େନ ଥାନା ଏଏସ୍ଆଇ
/sambad/media/post_attachments/wp-content/uploads/2018/02/asi.jpg-f.jpg)