ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ହାତୀବନ୍ଧା ଗାଁ ନିକଟରେ ବିଜୁ ଏକ୍ସପ୍ରେସ ୱେରେ ଏକ ବଲେରୋ ଦୁର୍ଘଟଣାଗସ୍ତ ହୋଇ ଓଲଟି ପଡ଼ିଛି। ଏଥିରେ ୮ ଜଣ ଆହତ ହୋଇଛନ୍ତି । କଳାହାଣ୍ତି ଜିଲ୍ଲା ଚିଚିଆ ଗାଁରୁ ଗୋଟିଏ ପରିବାରର ୪ ମହିଳା,୪ ଶିଶୁ ଓ ୩ ଜଣ ପୁରୁଷ ଏକ ବଲେରୋ ଗାଡ଼ିରେ ନୂଆପଡା ଜିଲ୍ଲାର ସିନାପାଲିକୁ ଆସୁ ଥିଲେ । ହାତୀବନ୍ଧା ଗାଁ ନିକଟରେ ଏକ ବାଇକକୁ ସାଇଡ୍ ଦେବା ସମୟରେ ବଲେରୋଟି ଭାରସାମ୍ୟ ହରାଇ ପ୍ରାୟ ୧୦ ଫୁଟ୍ ତଳକୁ ଓଲଟି ପଡ଼ିଥିଲା।
/sambad/media/post_attachments/wp-content/uploads/2022/04/20ed9836-0aaf-410d-9f6e-82a01ba39a6f.jpg)
ଖବର ପାଇ ସିନାପାଲି ଦମକଳବାହିନୀ ଆହତଙ୍କୁ ଉଦ୍ଧାର କରି ସିନାପାଲି ମେଡିକାଲକୁ ପଠାଇଛନ୍ତି। ଏମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ଅଛନ୍ତି। ତାଙ୍କୁ ଧର୍ମଗଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/ae525cf9-8c97-460a-a227-2df6de2793f8.jpg)