ବିିଜୁଳି ଖୁଣ୍ଟ ପଡ଼ି ବାଳକ ମୃତ

ଖଡିଆଳ/ଗଣ୍ଡାବାହାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅଶୋକ ଶବରଙ୍କ ୬ ବର୍ଷର ପୁଅ ଓ ତାଙ୍କ ସ୍ତ୍ରୀ ଇନ୍ଦୁ ଶବର ନିଜ ଘର ପାଖରେ ଛିଡ଼ା ହୋଇଥିବା ବେଳେ ନିକଟରେ ଥିବା ବିଜୁଳି ଖୁଣ୍ଟ ସେମାନଙ୍କ ଉପରେ ପଡ଼ି ଯାଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ବାଳକକୁ ମୃତ ଘୋଷଣା କରିଥିଲେ। ଇନ୍ଦୁଙ୍କୁ ଖଡିଆଳ ମିସନ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ବୁଧବାର ବ୍ୟବଚ୍ଛେଦ ପରେ ଶବ ପରିବାରବର୍ଗକୁ ହସ୍ତାନ୍ତର କରାଯିବ ବୋଲି ଡାକ୍ତର ପୂର୍ଣ୍ଣଚନ୍ଦ୍ର ଆଚାରି ପ୍ରକାଶ କରିଛନ୍ତି ଏ ନେଇ ଖଡିଆଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଇନ୍ଦୁଙ୍କ ପଡ଼ୋଶୀ ଏକ ଗଛ କାଟୁଥିଲେ। ଗଛଟି ବିଜୁଳି ଖୁଣ୍ଟ ଉପରେ ପଡ଼ି ଯିବାରୁ ତାହା ଉପୁଡ଼ି ଯାଇ ଅଘଟଣ ଘଟିଥିଲା।

ସମ୍ବନ୍ଧିତ ଖବର