ଢୋର୍ଲାମୁଣ୍ଡା ପଞ୍ଚାୟତ ଅଫିସ ନିର୍ମାଣ ନେଇ ବିବାଦ:ମଧ୍ୟବର୍ତ୍ତୀ ସ୍ଥାନରେ ନିର୍ମାଣ ପାଇଁ ହାଇକୋର୍ଟର ନିର୍ଦେଶ

ନୂଆପଡ଼ା: କୋମନା ବ୍ଲକ୍‌ ଢୋର୍ଲାମୁଣ୍ଡା ପଞ୍ଚାୟତର ନୂତନ ଅଫିସ୍‌ ସ୍ଥାପନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବହୁ ଦିନ ହେଲା ବିବାଦ ଲାଗିରହିଛି। ଛତା ସମେତ କୋଟେନପଡା, ଖରାଡୁଙ୍ଗରୀ, ହରିଜନପଡା, ମାଝିପଡା, ଗହଁଟିଆପଡା, ଧୋବେନପଡା, ପତିଆଳପଡା, ଶିବମନ୍ଦିରପଡା ପଞ୍ଚାୟତର କେନ୍ଦ୍ରସ୍ଥଳ ଚାରିଛକ ନିକଟରେ ପଞ୍ଚାୟତ କାଯ୍ୟର୍ାଳୟ ସ୍ଥାପନ କରିବାକୁ ଦାବି ହୋଇ ଆସୁଛି। ହେଲେ ଏହାକୁ ଢୋଲାମୁଣ୍ଡା ଗାଁର ଅନ୍ୟ ଏକ ଗୋଷ୍ଠୀ ବିରୋଧ କରୁଛନ୍ତି। ଏ ନେଇ ଛତା ଗୋଷ୍ଠୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏବେ ପଞ୍ଚାୟତର ମଧ୍ୟବର୍ତ୍ତୀ ସ୍ଥାନରେ ଅଫିସ ଗୃହ ନିର୍ମାଣ କରିବାକୁ ହାଇକୋର୍ଟ ନୂଆପଡ଼ା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିବା ଜଣାଯାଇଛି।
ପଞ୍ଚାୟତିରାଜ ବିଭାଗର ନିର୍ଦେଶକ୍ରମେ ପଞ୍ଚାୟତ ପୁନର୍ଗଠନ ସମୟରେ ଝଗ୍ରହୀ ପଞ୍ଚାୟତରୁ ଭାଗ ହୋଇ ଢୋର୍ଲାମୁଣ୍ଡା, ଛତା, କୋଟେନପଡା, ଖରାଡୁଙ୍ଗରୀ, ହରିଜନପଡା, ମାଝିପଡା, ଗହଁଟିଆପଡା, ଧୋବେନପଡା, ପତିଆଲପଡା, ଶିବମନ୍ଦିରପଡା ପ୍ରମୁଖ ଗ୍ରାମକୁ ନେଇ ନୂତନ ଢୋର୍ଲାମୁଣ୍ଡା ପଞ୍ଚାୟତ ଗଠନ ହୋଇଥିଲା। ହେଲେ ପଞ୍ଚାୟତ ଅଫିସ କୋଠା ନିର୍ମାଣ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ସରପଞ୍ଚ ଓ କିଛି ଲୋକେ ମିଶି ଢୋର୍ଲାମୁଣ୍ଡା ଗାଁରେ ପଞ୍ଚାୟତ ଅଫିସ ଗୃହକୁ ନିର୍ମାଣ କାମ ଆରମ୍ଭ କରିଥିଲେ।

ହେଲେ ଏହି କାମକୁ ଛତା, କୋଟେନପଡା, ଖରାଡୁଙ୍ଗରୀ, ହରିଜନପଡା, ମାଝିପଡା, ଗହଁଟିଆପଡା, ଧୋବେନପଡା, ପତିଆଳପଡା, ଶିବମନ୍ଦିରପଡା ପ୍ରମୁଖ ଗ୍ରାମବାସୀ ବିରୋଧ କରି ନିର୍ମାଣ କାମକୁ ବନ୍ଦ କରିଥିଲେ। ତେବେ ଚାରିଛକ ନିକଟରେ ସମସ୍ତ ଗ୍ରାମବାସୀଙ୍କୁ ସମାନ ଦୂରତା ପଡିବ ବୋଲି ଯୁକ୍ତି କରଥିଲେ।ଏନେଇ ଆନ୍ଦୋଳନ, ଧାରଣା ଆଦି ଦିଆଯାଇଥିଲା। ହେଲେ ସମସ୍ୟା ସମାଧାନ ନହେବାରୁ ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ଶେଷରେ ହାଇକୋର୍ଟ ଜିଲ୍ଲାପାଳଙ୍କୁ ଢୋଲାମୁଣ୍ଡା ଓ ଛତା ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନରେ ପଞ୍ଚାୟତ ଅଫିସ ନିର୍ମାଣ କରିବାକୁ ନିଦେଶ ଦେଇଛନ୍ତି। ତେବେ ଆଗାମୀ ଦିନରେ ଏହି ନିର୍ଦେଶକୁ ଜିଲ୍ଲା ପ୍ରଶାସନ ଅବମାନନା କଲେ ସମସ୍ତ ଗ୍ରାମବସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ତ୍ରିଲୋଚନ କଣ୍ଟା, ସନୁସିଂ ମାଝୀ, ଜୟରାମ ମାଝୀ, ଲକ୍ଷ୍ମଣ ତାଣ୍ଡି, ଚନ୍ଦ୍ରମଣି କଣ୍ଟା, ଧନୀରାମ ମାଝୀ, ନରସିଂ ମାଝୀ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର