ଖଡିଆଳ: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମ ଋତୁରେ ନୂଆପଡା ଜିଲ୍ଲାର ଗ୍ରାମାଞ୍ଚଳରେ ପାନୀୟ ଜଳସଂକଟ ଦେଖାଦେଇଛି। ପାନୀୟଜଳ ପାଇଁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଥିବା ବେଳେ ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ସରଧାପୁର ପଂଚାୟତର ଚଚରାପଡ଼ା ଗ୍ରାମବାସୀ ନାଳ ପାଣି ଭରସାରେ ଜୀବନ ଅତିବାହିତ କରୁଛନ୍ତି। ସୂଚନାନୁସାରେ ଚଚରାପଡ଼ା ଗ୍ରାମରେ ୨୦ଟି ପରିବାର ବସବାସ କରୁଥିବା ବେଳେ ଏହି ଗ୍ରାମରେ ନଳକୂପଟିଏ ମଧ୍ୟ ନାହିଁ। ନଳକୂପ ପାଇଁ ଗ୍ରାମବାସୀ ଅନେକ ଅଭିଯୋଗ କଲେ ମଧ୍ୟ ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଉନାହିଁ। ଫଳରେ ଗ୍ରାମବାସୀ ନିକଟସ୍ଥ ନାଳର ପାଣିକୁ ଭରସା କରି ବ୍ୟବହାର କରୁଛନ୍ତି। ବର୍ଷ ସାରା ଉକ୍ତ ନାଳର ପାଣି ବ୍ୟବହାର କରୁଥିବାରୁ ଲୋକେ ଝାଡ଼ାବାନ୍ତି ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପୁଣି ଗ୍ରାମରେ ପୋଖରୀ କିମ୍ବା ଗାଡ଼ିଆ ନଥିବାରୁ ଲୋକଙ୍କୁ ଗାଧୋଇବାରେ ମଧ୍ୟ ଅନେକ ସମସ୍ୟା ଦେଖାଦେଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ଗ୍ରାମରେ ନଳକୂପର ବ୍ୟବସ୍ଥା କରିବାକୁ ଦାବି ହେଉଛି।
ଚଚରାପଡ଼ାବାସୀଙ୍କୁ ନାଳ ପାଣି ଭରସା:ତୁରନ୍ତ ନଳକୂପ ଦେବାକୁ ଦାବି
/sambad/media/post_attachments/wp-content/uploads/2019/04/Water-pipeline-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)