ନୂଆପଡ଼ା: ମଙ୍ଗଳବାର ନୂଆପଡ଼ା ସ୍ଥିତ ଦେବାଙ୍ଗନ ସାମାଜିକ ଭବନଠାରେ ଚିଣ୍ଡଫଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ଚିଟଫଣ୍ଡ କମ୍ପାନିର ଜମାକାରୀମାନେ ୪ ବର୍ଷ ହେଲା ସେମାନଙ୍କର ଜମା ଟଙ୍କା ଫେରି ପାଇ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଯେହେତୁ ଏହି ଚିଟଫଣ୍ଡ କମ୍ପାନି ଖୋଲିବା ପାଇଁ ସରକାର ଅନୁମତି ଦେଇଥିଲେ ଓ ପ୍ରୋତ୍ସାହନ କରିଥିଲେ ତେଣୁ ଆଜି ସରକାର ନିଜର ମୌଳିକ ଦାୟିତ୍ୱ ନେଇ ଜମାକାରୀ କିପରି ଟଙ୍କା ଫେରି ପାଇବେ ଚିନ୍ତା କରୁ ନାହାନ୍ତି। ସେଥିପାଇଁ ସବୁ ଜମାକାରୀ ଟଙ୍କା ଫେରି ପାଇବା ପର୍ଯ୍ୟନ୍ତ ରାଜରାସ୍ତାରେ ଲଢେଇ କରିବେ ଚେତାବନୀ ଦେଇଛନ୍ତି। ଜମାକାରୀ ମାନେ ସେମାନଙ୍କ ପଇସା ଫେରି ପାଇବା ପାଇଁ ଆଇନ ଅଦାଲତରେ ମଧ୍ୟ ଲଢେଇ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ଜାତୀୟ ଖାଉଟି ବିବାଦ ସୁରକ୍ଷା କମିସନ ନିକଟରେ ନିଜ ନିଜର ମନି କ୍ଲେମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ବୈଠକରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚ ପକ୍ଷରୁ ରାଜ୍ୟ ଯୁଗ୍ମ ଆବାହକ ମଧୁସୂଦନ ବିଶ୍ୱାଳ, ଅନୁରାଧା ସୁବୁଦ୍ଧି, ନୂଆପଡ଼ା ଜିଲ୍ଲା ଆବାହକ ଅମର ସାହୁ, ନୂଆପଡ଼ାର ଶଙ୍କର ଅହିର, ଜାନକୀ ସାହୁ, ସନତ ସାହୁ, ଗାୟତ୍ରୀ ସାହୁ, ୟାଦରାମ ସାହୁ, ବ୍ୟାସ ନାରାୟଣ ଅହିର, ଜିତେଶ୍ୱରୀ ସାହୁ ପ୍ରମୁଖ ଉଦ୍ବୋଧନ ଦେଇଥିଲେ।
ଚିଟଫଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ବୈଠକ
/sambad/media/post_attachments/wp-content/uploads/2018/01/committee-meating-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)