କରୋନା ସ୍ଥିତି ସମୀକ୍ଷା କରିବାକୁ ପଶ୍ଚିମ ଓଡ଼ିଶାରେ ପହଞ୍ଚିଲେ ମୁଖ୍ୟ ଶାସନ ସଚିବ

ନୂଆପଡ଼ା/କଳାହାଣ୍ଡି: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ନୂଆପଡ଼ା ଓ କଳାହାଣ୍ଡି ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନୂଆପଡ଼ା ଓ କଳାହାଣ୍ଡି ଗସ୍ତ କରିଛନ୍ତି । ସେଠାରେ ପହଞ୍ଚି ରାଜ୍ୟ ପ୍ରଶାସନର ଏହି ଦୁଇ ସର୍ବୋଚ୍ଚ ଅଧିକାରୀ କରୋନା ସ୍ଥିତିର ସମୀକ୍ଷା କରିବେ ବୋଲି ପୂର୍ବରୁ ସୂଚନା ରହିଥିଲା ।

ଛତିଶଗଡ଼କୁ ଲାଗି ରହିଥିବା ଏହି ଦୁଇ ସୀମାନ୍ତ ଜିଲ୍ଲାରେ ଲଗାତର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ମୁକାବିଲା ରଣନୀତି ସ୍ଥିର କରିବା ସହ ସ୍ଥିତିର ସମୀକ୍ଷା କରିବା ପାଇଁ ଭୁବନେଶ୍ୱରରୁ ଯାଇ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ଅଧିକାରୀ ।

ଏସବୁ ଭିତରେ ରାଜ୍ୟରେ କରୋନା ମିଟର ଉପର ମୁହାଁ ହୋଇଛି । ଗତ ୨୪ ଘଣ୍ଟା ଭିତରେ ୧୩ ଶହ ୭୪ ନୂଆ ସଂକ୍ରମିତ  ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮ ଶହ ୧୨ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୬୨ ଜଣ ସ୍ଥାନୀୟ ସଂକ୍ରମିତ। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩ ଶହ ୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର