ମା’ ପେଟରେ ଶିଶୁ ମୃତ୍ୟୁ ଘଟଣା:ତଦନ୍ତ ଦାବିରେ ସିଡିଏମ୍‌ଓଙ୍କୁ ଭେଟିଲା ଜିଲ୍ଲା କଂଗ୍ରେସ

ନୂଆପଡ଼ା: ଗୁରୁବାର ମା’ ପେଟରେ ଶିଶୁ ମୃତ୍ୟୁ ଘଟଣାକୁ ନେଇ ଶୁକ୍ରବାର ପରିବାର ବର୍ଗ ଏବଂ କଂଗ୍ରେସ ତରଫରୁ ସିଡିଏମଓ ଅଫିସରେ ଧାରଣା ଦିଆଯାଇଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ଏଭଳି ଘଟିଥିବା ସେମାନେ ଅଭିଯୋଗ କରିଥିଲେ। କଂଗ୍ରେସ ଲୋକସଭା ଯୁବ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଦାବି କରିଛନ୍ତି ଯେ ୪୮ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ କରିବା ସହ ଡାକ୍ତର ଭୁବନେଶ୍ୱର ମିଶ୍ରଙ୍କୁ ବହିଷ୍କାର କରିବା ସହ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦିଆଯାଉ, ନଚେତ ଯୁବ କଂଗ୍ରେସ ତରଫରୁ ପୁଣି ସିଡିଏମଓ ଅଫିସ ଘେରାଉ କରିବା ସହିତ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ସିଡିଏମଓ ୪୮ ଘଣ୍ଟା ମଧ୍ୟରେ ତଦନ୍ତ କରାଯିବ ବୋଲି କହିବା ପରେ ଧାରଣା ସ୍ଥଗିତ ରଖାଯାଇଥିଲା।
କୋମନା ବ୍ଲକ ଚନାମୁଣ୍ଡା ଗାଁର ଗୌତମ ନାଏକଙ୍କ ଗର୍ଭବତୀ ସ୍ତ୍ରୀ ସୁନିତାଙ୍କୁ ଗତ ୩୧ ତାରିଖ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୭ ଦିନ ରହିବା ପରେ ଗୁରୁବାର ସକାଳେ ଅଲଟ୍ରାସାଉଣ୍ଡ କରିବାରୁ ପେଟରେ ଛୁଆର ମୃତ୍ୟୁ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ମୃତ ଛୁଆକୁ ମା’ ପେଟରୁ କାଢ଼ି ଦେବାକୁ ଡାକ୍ତରଙ୍କୁ ବହୁ ଅନୁରୋଧ କରିଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନଥିଲା। ଏନେଇ ଗୁରୁବାର ରାତିରେ ଡାକ୍ତରଙ୍କ ଅବହେଳାରୁ ଛୁଆର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଗୌତମ ସିଡିଏମଓଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର