ନୂଆପଡା: ସ୍ବାସ୍ଥ୍ୟକେନ୍ଦ୍ର ପାଚେରୀ ପଛ ପଟୁ ଉଦ୍ଧାର ହେଲା ମୃତ ନବଜାତକ

ନୂଆପଡା: ନୂଆପଡ଼ା ଜିଲ୍ଲାର ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ସହରରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରର ପାଚେରୀ ପଛ ପଟେ ଥିବା ସହ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଟାଉନ ହଲ ସମ୍ମୁଖରେ ଶୁକ୍ରବାର ଏକ ମୃତ ଶିଶୁ ଉଦ୍ଧାର ହୋଇଛି। ଶିଶୁଟିକୁ କେହି ଜ‌ଣେ ଏକ ହଳଦିଆ ରଂଗର ପଲିଥିନ୍‌ରେ ପୂରାଇ ଫିଙ୍ଗି ଦେଇଥିବା ସୂଚନା ରହିଛି।

ଏହା ଶିଶୁ ହତ୍ୟା କି ଭ୍ରୁଣ ହତ୍ୟା ତାହା ଏଯାବତ୍‌ ଜଣାପଡ଼ି ନାହିଁ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶିଶୁଟିକୁ ୩ ଦିନ ଧରି ଫ୍ରିଜର୍‌ରେ ରଖାଯାଇ ତାହାର ପରିଚୟ ଖୋଜାଯିବ ବୋଲି ଖରିଆଲ୍‌ ରୋଡ୍‌ ଆଇଆଇସି କହିଛନ୍ତି।

ସମ୍ବନ୍ଧିତ ଖବର