ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଗୋତମା ଛକଠାରେ ଆଜି ସକାଳ ୧୦ଟାରେ ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀଙ୍କ ସୁରକ୍ଷା ଗାଡି ଧକ୍କାରେ ୨ ଜଣ କଲେଜ ଛାତ୍ର ଗୁରୁତର ହୋଇଥିବା ସୂଚନା ରହିଛି। ଦୁର୍ଘଟଣାରେ ଆହତ ଦ୍ବୟଙ୍କୁ ପ୍ରଥମେ ନୂଆପଡ଼ାଡାକ୍ତରଖାନରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ପରେ ସେମାନଙ୍କ ଅବସ୍ଥା ଗୁୁରୁତର ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।
ମିଲିଥିବା ସୁଚନା ଅନୁଯାଇ ଆଜି ୧୦ ଟାରେ ମନ୍ତ୍ରୀଙ୍କ ସୁରକ୍ଷା ଗାଡି ନୂଆପଡ଼ାରୁ ଖରିଆର ରୋଡ଼ ମନ୍ତ୍ରୀଙ୍କୁ ଆଣିବା ପାଇଁ ଯାଉଥିବା ବେଲେ ଗୋତମା ଛକଠାରେ ଜୁତି ଦାସ ଓ ଯୋଗେଶ ପୋଢ଼ ୨ ଜଣ ଛାତ୍ର ବାଇକରେ ନୂଆପଡ଼ା ନ୍ୟାସନାଲକୁ ଆସୁଥିଲେ। ସେତିକି ବେଳେ ଗୋତମା ଛକଠାରେ ମନ୍ତ୍ରୀଙ୍କ ସୁରକ୍ଷା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ୨ ଜଣ ଛାତ୍ରଙ୍କୁ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ନୂଆପଡ଼ା ମୁଖ୍ୟ ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।। ହେଲେ ଜୁତିଦାସଙ୍କ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସରେ ତାଙ୍କୁ ବୁର୍ଲା ପଠାଯାଇଛି। ଦୁଇ ଜଣ ଛାତ୍ରଙ୍କ ଗୋଡ଼ ଭାଙ୍ଗିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/Untitled-61.jpg)