ନୂଆପଡ଼ା ଜିଲ୍ଲା ଗ୍ରସ୍ତରେ କଂଗ୍ରେସ କିଷାନ ସେଲ ରାଜ୍ୟ ସଭାପତି: ମରୁଡ଼ି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ

ନୂଆପଡ଼ା: ଆଜି ନୂଆପଡ଼ା ଜିଲ୍ଲା ଗ୍ରସ୍ତରେ କଂଗ୍ରେସ କିଷାନ ମୋର୍ଚ୍ଚା ରାଜ୍ୟ ସଭାପତି ଅମୀୟ ପଟ୍ଟନାୟକ ଆସିଛନ୍ତି। ଜ଼ିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କ ନେତୃତ୍ୱରେ ରାଜ୍ୟସ୍ତରୀୟ କଂଗ୍ରେସ ପ୍ରତିନିଧି ଦଳ ସଦର ବ୍ଲକର ମୁଢେଲା ପଂଚାୟତ ଅଞ୍ଚଳର କ୍ଷେତ୍ର ପରିଦର୍ଶନ କରି ମରୁଡି ସ୍ଥିତି ଅନୁଧ୍ୟାନ କରିଥିଲେ।

ହାତ ପାହାନ୍ତାରେ ପତୋରା ଡ୍ୟାମ୍ ରହିଥିଲେ ବି ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ତଳ ମୁଣ୍ଡର ଚାଷୀ ଜଳ ସେଚନ ସୁବିଧାରୁ ବଂଚିତ ହୋଇ ରହିଛନ୍ତି। ସେହିପରି ଉଠାଣିଆ ଅଂଚଳରେ ଉଠାଜ ଳସେଚନ ପ୍ରକଳ୍ପ, ଗଭୀର ନଳକୂପ ଖୋଲି ଚାଷୀଙ୍କୁ ଜଳ ସେଚନ ସୁବିଧା ଯୋଗାଇ ଦେବାକୁ ଦାବି କରିଥିଲେ। ଏବେ ସରକାର ଟାସ୍କଫୋର୍ସ କମିଟି ଗଠନ କରି ମରୁଡ଼ିର ସଠିକ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଉଚିତ ସରକାରୀ ସହାୟତା ସହ ମରୁଡ଼ିକାଳୀନ ଇନପୁଟ ସହାୟତା ଯୋଗାଇ ଦେବାକୁ ଦାବି କରିଥିଲେ। ଏହି ଅବସରରେ କଂଗ୍ରେସ ଜିଲ୍ଲା କୃଷକ ସେଲ ସଭାପତି ଦେବେନ୍ଦ୍ର ସାହୁ, ବରିଷ୍ଠ ନେତା ଦେବଦତ୍ତ ଦୀକ୍ଷିତ, ମୋତି ରାୱଲ ଓ ଭୀମ ଯାଦବ ପ୍ରମୁଖ ବି ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର