ପ୍ରାଥମିକ ସମବାୟ ସମିତିର ସମ୍ପାଦକଙ୍କ ମୃତ୍ୟୁ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର କେନ୍ଦୁମୁଣ୍ଡା ଓ ବୋଡେ଼ନ ବ୍ଲକର କରଙ୍ଗାମାଳ ପ୍ରାଥମିକ ସମବାୟ ସମିତିର ସମ୍ପାଦକ ଦାୟିତ୍ୱରେ ଥିବା ତୁଳାରାମ ମେହେରଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି l
ଖବର ଅନୁସାରେ ଶ୍ରୀ ମେହେର ଗତ ୨୦ ତାରିଖ ଦିନ କରୋନା ସଂକ୍ରମିତ ହୋଇ ଭୁବନେଶ୍ୱରସ୍ଥିତ ବିବେକାନନ୍ଦ ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି l ଶ୍ରୀ ମେହେର ଜଣେ କର୍ମଠ ଓ ମେଳାପୀ ବ୍ୟକ୍ତିଥିଲେ l ତାଙ୍କ ମୃତ୍ୟୁ ଖବର ପାଇବାପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହିତ ସ୍ଥାନୀୟ ଚାଷୀମାନେ ଶ୍ରୀ ମେହେରଙ୍କ ମୃତ୍ୟୁ ଖବରକୁ ବିଶ୍ୱାସ ହେଉନଥିବା କହି ଦୁଃଖପ୍ରକାଶ କରିଛନ୍ତି l

ସମ୍ବନ୍ଧିତ ଖବର