ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ପଦାକୁ ଆସିଛି। ନୂଆପଡ଼ା ଜିଲ୍ଲାରେ ଜଣେ ମୃତ ମହିଳାଙ୍କ ନାମରେ ପୁରୁଣା ଆବାସ ଦେଖାଇ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏହା ଉପରେ ତଦନ୍ତ ପାଇଁ ଆଜି ତୁଲାରାମ ହଂସ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୮-୧୯ ଆର୍ଥକ ବର୍ଷ ରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପଞ୍ଚାୟତ ଖାସବାହାଲ ଗ୍ରାମର ପାର୍ବତୀ ହରିଜନ ନାମକ ଜଣେ ମୃତ ମହିଳାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦେଇ ଗୃହ ନିର୍ମାଣ ହୋଇସାରିଛି। ହେଲେ ପୁରୁଣା ଘରକୁ ଖାସବାହାଲ ପଞ୍ଚାୟତ ସରପଞ୍ଚ ଓ ପିଇଓ ପଞ୍ଚକତା କରି ଫଟୋ ଦେଖାଇ ଆବାସ ଯୋଜନାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।
୨୦୧୧-୧୨ ଆର୍ଥକ ବର୍ଷର ଖାସବାହାଲ ଗ୍ରାମର ପାର୍ବତୀ ହରିଜନ ଇନ୍ଦିରା ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇ ବାସଗୃହ ନିର୍ମାଣ କରିଥିଲେ। ୨୦୧୬ ମସିହା ଜାନୁଆରୀ ୫ ତାରିଖରେ ପାର୍ବତୀଙ୍କର ମୃତ୍ୟୁ ହୋଇଥିଲା। ହେଲେ ପଞ୍ଚାୟତର ସରପଞ୍ଚ ଓ ପିଇଓ ଉଭୟ ମୃତ ମହିଳାଙ୍କ ନାମରେ ପୁନର୍ବାର ୨୦୧୮-୧୯ରେ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୁଣି ମଞ୍ଜୁର କରିଥିଲେ। ପରେ ପଞ୍ଚାୟତର ସରପଞ୍ଚ ଯମୁନା ବାଗ ଓ ଦାୟତ୍ବରେ ଥିବା ପିଇଓ ଖେମସାଗର ସାହୁ ମୃତ ମହିଳାଙ୍କ ନାମରେ ଏକ ପୁରୁଣା ଘର ଫଟୋ ନେଇ ଚଞ୍ଚକତା ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଛି। ଏହା ଉପରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ତଦନ୍ତ କରି ଦୋଷ ସରପଞ୍ଚ ଓ ଦାୟତ୍ବରେ ଥିବା ପିଇଓ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତର ତୁଲାରାମ ହଂସଙ୍କ ସହ ଗ୍ରାମବାସୀ ଜିଲ୍ଲାପାଳ ଠାରେ ଅଭିଯୋଗ କରିଛନ୍ତି।
ଖଡ଼ିଆଳ ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁନୀତି ଅଭିଯୋଗ: ମୃତ ମହିଳାଙ୍କ ନାମରେ ଟଙ୍କା ଆତ୍ମସାତ
/sambad/media/post_attachments/wp-content/uploads/2021/10/11_09_2020-pm_awas_demo.jpg)