ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବର୍ତ୍ତମାନ କରୋନା କବଳରେ ଥିବା ବେଳେ ଏବେ କରୋନା ଗ୍ରାମଞ୍ଚଳରେ ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଲିଛି। ଗ୍ରାମଞ୍ଚଳରେ ସଂକ୍ରମଣକୁ କିପରି ରୋକାଯିବ ସେଥିପାଇଁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଆଜି ଏକ ଭିଡିଓ ମଧ୍ୟରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବା ଦେଖିବାକୁ ମିଲିଛି। ଅନ୍ୟପକ୍ଷେ ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜିଲ୍ଲାରେ ବର୍ତ୍ତମାନ କରୋନା ନିୟନ୍ତ୍ରଣରେ ରହିଛି। ହେଲେ ଜିଲ୍ଲାରେ କରୋନା ବଢ଼ୁଛି କି ନିୟନ୍ତ୍ରଣରେ ରହିଛି ଜିଲ୍ଲାବାସୀ ଦ୍ବନ୍ଦ୍ବରେ ରହିଛନ୍ତି। ଜିଲ୍ଲାରେ ପ୍ରତି ଦିନ ସଂକ୍ରମଣ ବଢ଼ୁଥିବା ବେଳେ ଆଜି ପୁଣି ଜିଲ୍ଲାରେ ୫ ଶହ ସଂକ୍ରମିତ ଚିହ୍ନଟ ହୋଇଥିବା ଦେଖିବାକୁ ମିଲିଛି।

Advertisment

ଆଜି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଶା ସରକାର ଗମ୍ଭୀରତା ସହ ଚିନ୍ତା କରିବା କଥା, ପରୀକ୍ଷା ଅଭାବରୁ ଗ୍ରାମଞ୍ଚଳରେ ଅଧିକାଶ ଲୋକ ସଂକ୍ରମିତ ହେଲା ପରେ ମୃତ୍ୟୁ ବରଣ କରୁଛନ୍ତି। ଏହି ଘଟଣା ସରକାରଙ୍କୁ ଜଣାପଡୁ ନାହିଁ। ଏଣୁ ପ୍ରତ୍ୟେକ ଗ୍ରାମଞ୍ଚଳରେ ପରୀକ୍ଷା କରିବା ଦରକାର ରହିଥିବା ବେଳେ ବର୍ତ୍ତମାନ ସାରା ଦେଶରେ ଲକଡାଉନ ଘୋଷଣା ହୋଇଛି। ବର୍ତ୍ତମାନ ପ୍ରବାସୀ ଶ୍ରମିକମାନେ ଘର ବାହୁଡ଼ା ହେଉଥିବା ବେଳେ ସଂକ୍ରମଣ ମଧ୍ୟ ହୁହୁ ହୋଇ ବଢ଼ିଚାଲିଛି। ସେଥିପାଇଁ ବିଗତ ଦିନରେ ଯେମିତି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଥିଲା ଚଳିତବର୍ଷ ମଧ୍ୟ ସରକାର ପକ୍ଷରୁ ସଗରୋଧ କେନ୍ଦ୍ର ଖୋଲିବା ସହ ଔଷଧ ସହ ବିଭିନ୍ନ ସମାଗ୍ରୀ ଦେବାର ବ୍ୟବସ୍ଥା ଶୀଘ୍ର କରାଯାଇ କରୋନା ତଦାରଖ କରିବା ପାଇଁ ସମସ୍ତ ପଞ୍ଚାୟତ ଓ ପ୍ରତେକ ଗାଁର ଆଶାକର୍ମୀ ଓ ବିଭିନ୍ନ ସ୍ବାସ୍ଥ୍ୟକର୍ମୀ, ବିଭିନ୍ନ ଦଳର ଲୋକ, ସମାଜର ପ୍ରତିଷ୍ଠିତ ବର୍ଗମାନଙ୍କୁ ନେଇ କରୋନାକୁ କିପରି ଭଲ ଭାବରେ ଲଢ଼ି ପାରିବା ସେଉପରେ ପଦକ୍ଷେପ ନିଆଯାଉ।

କରୋନା ବର୍ତ୍ତମାନ ଗ୍ରାମଞ୍ଚଳ ଅଭିମୁଖୀ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଜରୁରୀ ହୋଇପଡିଛି ବୋଲି ସାଂସଦ ପଣ୍ଡା କହିଛନ୍ତି।

publive-image

ଅନ୍ୟପକ୍ଷେ ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂ ଆଜି ଜିଲ୍ଲାପାଳଙ୍କୁ ସଭାକକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜିଲ୍ଲାରେ ବର୍ତ୍ତମାନ କରୋନା ସଂକ୍ରମଣ କିଛି ଦିନ ହେବ ନିୟନ୍ତ୍ରଣରେ ରହିବା ସହ ସ୍ବାସ୍ଥ୍ୟ ସେବା ମଧ୍ୟ ଜିଲ୍ଲାରେ ଠିକ୍ ଭାବରେ ଚାଲିଛି। ଜିଲ୍ଲାରେ ସଂଗରୋଧରେ ରହୁଥିବା ରୋଗୀମାନେ ମଧ୍ୟ ସୁସ୍ଥ ହେଇଛନ୍ତି। ସରକାର ୫ ତାରିଖ ଦିନଠାରୁ ଲକଡାଉନ ଘୋଷଣ ପରେ କରୋନା କିଛି ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନ ୧୯ ତାରିଖ ଦିନ ପର୍ଯ୍ୟନ୍ତ ଲକଡାଉନ ରହିଛି, ପରେ ସରକାରଙ୍କ ନିର୍ଦେଶକୁ ଅପେକ୍ଷା କରାଯାଇଛି।

ସରକାର ଯଦି ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ନକଲେ ଜିଲ୍ଲାବାସୀଙ୍କୁ ଅନୁରୋଧ ଯେ ଆଉ କିଛି ଦିନ ପର୍ଯ୍ୟନ୍ତ ସଜାଗ ରହିବା ସହ କରୋନା ନିୟମ ମାନିବା ସହ ମାସ୍କ ଓ ସାମାଜିକ ଦ୍ବରତ୍ବ ମାନିଲେ ଜିଲ୍ଲା‌ କରୋନା ମୁକ୍ତ ହେବ। ନୂଆପଡ଼ା ଜିଲ୍ଲା କୋଭିଡ୍ ଡାକ୍ତରଖାନା ଆଇସିୟୁ ବେଡ୍ ସଂଖ୍ୟା ୫ ଥବା ବେଳେ ବର୍ତ୍ତମାନ ୧୦କୁ ବୃଦ୍ଧି ହୋଇଛି।

ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଠିକ୍ ଭାବରେ ଚାଲିଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ୩ ଶହ କୋଭିଡ କେୟାର ସେଷ୍ଟର ବେଡ୍ ରହିଛି। ଜିଲ୍ଲାରେ ପ୍ରତିଦିନ ୧୫ ଶହ ପରୀକ୍ଷା କରାଯିବା ସହ ୩ ଶହ ଆରଟିପିସିଆର,୧୨ଶହ ଆଣ୍ଟେଜେନ ପରୀକ୍ଷା କରାଯାଉଛି। ଜିଲ୍ଲାରେ ସଂକ୍ରମଣର ହାର ୨୦ ପ୍ରତିଶତ ରହିଥିବା ବୋଲେ ବର୍ତ୍ତମାନ କିଛି ହେଲା ସଂକ୍ରମଣ ହାର କମ୍ ରହିଛି ବୋଳି ଜିଲ୍ଲାପାଳ କହିଛନ୍ତି।