ନୂଆପଡ଼ା: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ମହାମାୟା ଡିଗ୍ରି କଲେଜ ଏବଂ ନେସନାଲ କଲେଜରେ ସାଇବର ଅପରାଧ ନିରାକରଣ ସଂପର୍କିତ ଦୁଇଦିନଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଦୌରାଜଜ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅସୀମ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବହୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଆଜି ଡିଜିଟାଇଜେସନ ଯୁଗରେ କିପରି ସାଇବର ଅପରାଧ ବୃଦ୍ଧି ପାଉଛି, ଏହାର ଦୁରୁପଯୋଗ ଓ ସାଇବର ଅପରାଧ ନିରାକରଣ ବିଷୟରେ ବକ୍ତାମାନେ ମତ ରଖିଥିଲେ। ଶିବିରରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଭାତ ରାଜଗୁରୁ, ସବଜଜ ସରୋଜିନୀ ପତି, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଜ୍ଞାନରଞ୍ଜନ ପଟ୍ଟନାୟକ, ରେଜିଷ୍ଟ୍ରାର ରଘୁନନ୍ଦନ ଦାଶ, କୋର୍ଟ ମେନେଜର ତୁଷାର ରଞ୍ଜନ ଦାସ, ଜୋଙ୍କ ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଆଇନଜୀବୀ କୁମୁଦ ହୋତା, ବେଙ୍କ ଅଫ ବରୋଦା ଓ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଉପସ୍ଥିତ ଥିଲେ।
ସାଇବର ଅପରାଧ ନିରାକରଣ ସଚେତନତା ଶିବିର
/sambad/media/post_attachments/wp-content/uploads/2018/02/kiss-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)