ରେଳଧାରଣାରେ ମିଳିଲା ନୂଆପଡ଼ା ଉପ ପ୍ରାଣୀ ନିର୍ଦେଶକଙ୍କ ମୃତଦେହ, ଆତ୍ମହତ୍ୟା ନୁହେଁ ବୋଲି କହିଲେ ସଂପର୍କୀୟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଉପ ପ୍ରାଣୀ ନିର୍ଦେଶକ ତଥା ଖଡ଼ିଆଳ ପ୍ରାଣୀ ଚିକିତ୍ସା ଅଧିକାରୀ ନୟନ ସିଂହ ମାଝୀ(୫୫)ଙ୍କର ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ନୂଆପଡ଼ା ସଦର ବ୍ଲକ୍ ଗୋଡ଼ଫୁଲା ପଞ୍ଚାୟତ ପରସଖୋଳ ଗାଁର ନୟନ ସିଂହ ମାଝୀ ଗତକାଲି ସନ୍ଧ୍ୟା ୫ଟାରେ ନିଜ ଘର ଠାରୁ କିଛି ଦୂରରେ ଥିବା ତାଙ୍କର କଦଳୀ ବଗିଚାକୁ ଯାଇଥିଲେ। ସେ ଆଉ ରାତିରେ ଘରକୁ ଫେରି ନ ଥିଲେ।

ସକାଳୁ ପରିବାର ଲୋକ ଖୋଜାଖୋଜି କରିବାରୁ କଦଳୀ ବଗିଚା ପାଖରେ ଯାଇଥିବା ରେଳଧାରଣାରେ ତାଙ୍କର ମୃତ ଦେହ ପଡିଥିବାର ଦେଖିବାକୁ ପାଇଥିଲେ। ଘଟଣାସ୍ଥଳକୁ ରେଲବାଇ ପୁଲିସ୍ ଏବଂ ନୂଆପଡ଼ା ଟାଉନ୍ ପୁଲିସ୍ ପହଞ୍ଚି ଶବ ଉଦ୍ଧାର କରିବା ସହ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

ମୃତ ନୟନ ସିଂହ ମାଝୀଙ୍କ କାକା ଖାମ ସିଂହ ମାଝୀ ଙ୍କ କହିବା ଆନୁଯାୟୀ, ଏହା ଆତ୍ମହତ୍ୟା ନୁହେଁ, କାରଣ ତାଙ୍କର ମଧୁମେହ ସହ ଅନ୍ୟ ରୋଗ ବି ଥିଲା । ସୁଗାର୍ କମିଯାଇଥିବାରୁ ସେ ଟ୍ରେନ୍ ଲାଇନରେ ପଡ଼ିଯାଇଥିବେ। ଏହା ଏକ ଦୁର୍ଘଟଣା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର