କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଆଗ୍ରେନ ପଞ୍ଚାୟତରେ ରହୁଥିବା ଦିବ୍ୟାଙ୍ଗ କୃଷ୍ଣଚନ୍ଦ୍ର କୈବର୍ତ୍ତଙ୍କ ନାମ ଅନ୍ୟ ବ୍ଲକ୍ର ଏକ ପଞ୍ଚାୟତରେ ତାଲିକାଭୁକ୍ତ ଥିବାରୁ ତାଙ୍କୁ ଚାଉଳ ପାଇଁ ୪୦ କିମି ଯିବାକୁ ପଡୁଛି। କୃଷ୍ଣଚନ୍ଦ୍ର ତିଖାଲି ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହେବା ପରେ ଏବେ ଆଗ୍ରେନ ପଞ୍ଚାୟତରେ ରହୁଛନ୍ତି। ମାତ୍ର ବିଭାଗୀୟ ତ୍ରୁଟି ଯୋଗୁଁ ତାଙ୍କ ରାସନକାର୍ଡଟି ଖଡ଼ିଆଳ ବ୍ଲକ୍ ଚନାବେଡ଼ା ପଞ୍ଚାୟତକୁ ସ୍ଥାନାନ୍ତର ହୋଇଯାଇଛି।
ଚାଉଳ ପାଇଁ ତାଙ୍କୁ ଚନାବେଡ଼ାକୁ ଯିବାକୁ ପଡୁଛି। ଏହା ତାଙ୍କ ଘରଠାରୁ ୪୦ କିମି ଦୂରରେ ଅବସ୍ଥିତ। ଏ ନେଇ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଜଣାଇ ବି କିଛି ସୁଫଳ ମିଳୁ ନଥିବା ସେ କହିଛନ୍ତି। ଏ ସଂପର୍କରେ କୋମନା ଯୋଗାଣ ଅଧିକାରୀ ଦିବ୍ୟରାଜ ଭୋଇଙ୍କୁ ପଚାରିବାରୁ ଏହାର ତଦନ୍ତ କରି ଶୀଘ୍ର ସମାଧନ କରାଯିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/4f3b73c7-b06a-4f18-90e6-814611116933.jpg)