ସିନାପାଲି: ରଥଯାତ୍ରା ଅବସରରେ ଏଠାରେ ଚାଲିଥିବା ମୀନାବଜାରରେ ‘ମୋତକି କୁଆ’ ପ୍ରଦର୍ଶନ ଚାଲିଥିବା ବେଳେ ସୋମବାର ରାତି ପ୍ରାୟ ୯ଟାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଥିବା ଜଣାପଡିଛି । ନୂଆପଡା ଜିଲ୍ଲାର ସିନାପାଲି ଠାରେ ଶତାଧିକ ଦର୍ଶକ ଗ୍ୟାଲେରୀ ଉପରେ ଥାଇ ‘ମୃତ୍ୟୁର କୂଅ’ରେ ବାଇକ ଓ କାର ରେସ ଦେଖୁଥିବା ବେଳେ ହଠାତ୍ ଗ୍ୟାଲେରୀର ପଟା ଖସି ଯିବା ଯୋଗୁଁ ପ୍ରାୟ ୫୦ ଫୁଟ ଉପରୁ ୮ ରୁ ଦଶ ଜଣ ଦର୍ଶକ ତଲେ ପଡିଯାଇଥିବା ଜଣାପଡ଼ିଛି।
ଆହତମାନଙ୍କୁ ତୁରନ୍ତ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟଗୁରୁତରଙ୍କୁ ଖଡିଆଲ ଓ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ତନ୍ମଧ୍ୟରୁ ସିନାପାଲି ନିବାସୀ ସବିତା ମେହେର(୩୫), ସରଧାପୁର ଗ୍ରାମର ସୁଲଭୀ ଗହୀର(୩୦), କାପସୀ ଗ୍ରାମର ପ୍ରନୀତା ଜଗତ(୨୨), ଲିପିକା ଜଗତ(୧୩), ସିନାପାଲିର ଗୈାରୀ ମେହେର(୩୦) ପ୍ରମୁଖ ଗୁରୁତର ଅବସ୍ଥାରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
/sambad/media/post_attachments/wp-content/uploads/2018/07/Sinapali1-169x300.jpg)
ସୂଚନା ମିଳିବା ପରେ ସିନାପାଲି ପୁଲିସ ଘଟଣାସ୍ଥଲକୁ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛିା ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସିନାପାଲିରେ ଉତ୍ତେଜନା ପ୍ରକାଶ ପାଇଛି। ଅନୁମତି ନେଇ ଏହା ଚାଲିଥିଲା ନା ବେଆଇନ ଭାବରେ ଅର୍ଥ ରୋଜଗାର ପାଇଁ ଚାଲିଥିଲା ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଛିା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Sinapali.jpg)