ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜରେ ବିଗତ ତିନି ଚାରି ବର୍ଷ ହେବ ପେଣ୍ଡରାବନ ଅଞ୍ଚଳରେ ହାତୀପଲ ଆସି ଲୋକମାନଙ୍କ ଚାଷ ଜମିରେ କରିଥିବା ଚାଷକୁ କ୍ଷୟକ୍ଷତି କରୁଛନ୍ତି। ଏହାସହିତ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ପେଣ୍ଡରାବନ ଗ୍ରାମର ଭାଲୁବାହାଲ ମୌଜାରେ ୪-୫ ପରିବାର ନିଜ ନିଜ ଜମିରେ ଘର କରି ରହି ସୁନ୍ଦର ଭାବରେ ଜୀବନଯାପନ କରି ଆସୁଛନ୍ତି।
କିନ୍ତୁ ବଡ଼ ଦୁଃଖର ବିଷୟ ହେଲା ଯେ, ପ୍ରତି ବର୍ଷ ହାତୀପଲ ଆସି ତଥା ଏହି ବର୍ଷ ମଧ୍ୟ ଲୋକମାନଙ୍କ ଚାଷ କରିଥିବା ଧାନ ଓ କଦଳୀ ନଷ୍ଟ କରିବା ସହ ଘରଦ୍ୱାର ମଧ୍ୟ ଭାଙ୍ଗି ଦେଉଛନ୍ତି । ରାଏଧର ମାଝୀ, ଖଡ଼ିକାର ମାଝୀ, କାଳିଆ ମାଝୀ ଓ ମିଳିତ ମାଝୀଙ୍କ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରତି ବର୍ଷ ଏଭଳି ଘଟୁଛି। ଏ ବିଷୟରେ ସେମାନେ କୋମନା ବନ ବିଭାଗ ଅଧିକାରୀଙ୍କୁ ମଧ୍ୟ ପ୍ରତିବର୍ଷ ଅଭିଯୋଗ କରି ଜଣାଉଛନ୍ତି।
/sambad/media/post_attachments/wp-content/uploads/2021/12/a39ac9e9-934f-4ff1-8a2b-0ec1dac180dc.jpg)
କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଏବଂ ଘର ଭାଙ୍ଗିଥିବା ପରିବାରମାନଙ୍କୁ ଘରଟିଏ ଦେବାକୁ ପ୍ରତିଶ୍ରୁତି ଦିଆଯାଉଛି। କିନ୍ତୁ ଏହା ପ୍ରତିଶ୍ରୁତିରେ ହିଁ ରହି ଯାଉଛି। ବନ ବିଭାଗ ଠିକ୍ ସମୟରେ କ୍ଷୟକ୍ଷତିର ଉଚିତ୍ ମୂଲ୍ୟ ରାଶି ଦେଉ ନାହାନ୍ତି କି ଘର ଟିଏ ମଧ୍ୟ ଦେଉ ନାହାନ୍ତି। ତେଣୁ କରି ଏହି ନିରୀହ ଆଦିବାସୀଙ୍କ କରୁଣ ଦୁଃଖ ଯଥାଶୀଘ୍ର ବୁଝିବାକୁ କୋମନା ବନ ବିଭାଗ ତଥା ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/fa260c8a-5a31-4e4f-a9c5-29d087e440a5.jpg)