ନୂଆପଡ଼ା: ଶେଷ ହୋଇଛି ଚଳିତ ବର୍ଷର ପକ୍ଷୀଗଣନା । ନୂଆପଡ଼ା ଜିଲ୍ଲା ଖଡିଆଳ ବନ ଡିଭିଜନ ଓ ସୁନାବେଡା ଅଭୟାରଣ୍ୟ ବିଭାଗ ତରଫରୁ ପକ୍ଷୀଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ୨୦ ପ୍ରଜାତିର ବିଦେଶୀ ପକ୍ଷୀ ନୂଆପଡ଼ା ଜିଲ୍ଲାକୁ ଆସି ଥିବା ଜଣାଯାଇଛି।
ଚଳିତ ବର୍ଷ ଖଡିଆଳ ବନ ଡିଭିଜନ ତରଫରୁ କୋମନା ରେଞ୍ଜରେ୧୩ଟି ଟିମ,ନୂଆପଡା ରେଞ୍ଜରେ ୧୧ଟି ଟିମ, ଖରିଆର ରୋଡ ରେଞ୍ଜରେ ୮ଟି ଟିମ୍, ଖଡିଆଳ ରେଞ୍ଜରେ ୩୩ଟି ଟିମ୍ ଓ ସିନାପାଲି ରେଞ୍ଜରେ ୩୦ଟି ଟିମ୍ ମୋଟରେ ୯୫ଟି ଟିମ୍ କରାଯାଇଥିଲା । ସେହି ପରି ସୁନାବେଡା ଅଭୟାରଣ୍ୟ ଡିଭିଜନ ତରଫରୁ କୋମନା ରେଞ୍ଜରେ ୧ଟି, ସୁନାବେଡା ରେଞ୍ଜରେ ୧ଟି ଓ ନୂଆପଡ଼ା ରେଞ୍ଜରେ ୨ଟି ମୋଟରେ ୪ଟି ଟିମ୍ କରାଯାଇଥିଲା ।
ଗତ ୫ ତାରିଖ ଦିନ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଜିଲ୍ଲାର ରଏତାଲ ସାଗର, ପତୋରା ଡ୍ୟାମ, ତିଖାଲି ଡ୍ୟାମ, ବୁଏରଭାଡି,ଜଲକି, ଜଡାମୁଣ୍ତା ଡ୍ୟାମ, ପେଣ୍ତରାବନ ମହାବନ୍ଧ, ଦେଉଳବନ୍ଧ କୋମନା, ଠାକୁରକଟା ଘୋଟଶ୍ବର ଆଦି ଜଳ ଭଣ୍ତାରରେ ପକ୍ଷୀ ଗଣନା କରାଯାଇଥିଲା । ବାଇନାକୋଲର ଓ କ୍ୟାମେରାରେ ପକ୍ଷୀ ଗଣନା କରାଯାଇ ଥିଲା। ଆସନ୍ତା ୧୩ ତାରିଖରେ ପକ୍ଷୀଙ୍କ ସଂଖ୍ୟା ଜଣାପଡ଼ିବ। ବନ ବିଭାଗର ଟିମରେ ଡିଏଫଓ ସୁଶୀଳ କୁମାର ତ୍ରିପାଠୀ, ଏସିଏଫ ଶିବ ପ୍ରସାଦ ରଥ, କୋମନା ରେଞ୍ଜର ଦେବଦତ୍ତ ସୂତାର,ଖଡିଆଳ ରେଞ୍ଜର ସଂସ୍କୁତା ବଡନାୟକ, ନୂଆପଡା ରେଞ୍ଜର ବିନୀତା ଭୋଈ, ଖରିଆରରୋଡ ରେଞ୍ଜର ନିରଞ୍ଜନ ମାଝୀ ଓ ସିନାପାଲି ରେଞ୍ଜର ବିମଳ ପ୍ରକାଶ ଟପ୍ନୋ ନେତୢତ୍ବ ନେଇଥିଲେ।
ଶେଷ ହେଲା ପକ୍ଷୀଗଣନା: ନୂଆପଡ଼ାରେ ୨୦ ପ୍ରଜାତିର ବିଦେଶୀ ପକ୍ଷୀ
/sambad/media/post_attachments/wp-content/uploads/2022/01/f6170fa5-a2e6-461c-986d-534b28e097cf-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)