ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚନାବେଡା ଗ୍ରାମର ଚାଷୀ କବିରାଜ ବେହେରା ନିଜ ଆଖୁ ଜମିରେ ଥିବା କୂଅରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ନେଇ ଖଡ଼ିଆଳ ଥାନା ପୁଲିସ ତଦନ୍ତ କରିଥିବା ବେଳେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପରିବାର ପକ୍ଷରୁ ମଧ୍ୟ ଆତ୍ମହତ୍ୟାର କାରଣ ସ୍ପଷ୍ଟ କରାଯାଇନାହିଁ।

Advertisment

କବିରାଜ ବେହେରାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଅଛନ୍ତି। ତାଙ୍କ ସ୍ତ୍ରୀ କେଶନି ବେହେରା ବଜାର ଯାଇଥିବା ସମୟରେ ଏଭଳି ଅଘଟଣ ଘଟିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।