ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଓ କୋମନା ବ୍ଲକର ମଧ୍ୟ ଭାଗରେ ତିଖାଲୀ ଗାଁ ନିକଟରେ ଥିବା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆଜି ନିଷ୍କାସିତ ହୋଇଛି। ଦିନ ୧୧ ଘଣ୍ଟା ସମୟରେ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସଂଜୀବ ଜ୍ଞାନ ଭତ୍ରା, ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଜୟପୁରିଆ, ନୂଆପଡ଼ା ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଏବଂ ଖଡ଼ିଆଳ ବିଡ଼ିଓ ବିରସେନ ବେହେରା ପ୍ରମୁଖ ଉପସ୍ଥିତ ରହି ପରମ୍ପରା ଅନୁସାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କଳା ପରେ ପ୍ରକଳ୍ପର ମୋଟ ୯ ଗୋଟି ଗେଟ ମଧ୍ୟରୁ ପ୍ରଥମେ ୩ ନଂ ଗେଟରେ ବନ୍ୟାପାଣି ଛଡ଼ାଯାଇଥିବା ବେଳେ କିଛି ସମୟ ପରେ ୬ ନଂ ଗେଟକୁ ଖୋଲା ଯାଇଥିଲା।
ଏହି ବନ୍ୟାଜଳକୁ ସୁନ୍ଦର ନଦୀରେ ଛଡ଼ାଯାଉଛି। ଏଥି ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଥିବା ସୁନ୍ଦର ନଦୀ ତଟରେ ଥିବା ଗାଁଗୁଡିକର ଲୋକେ ଯେପରି ନଦୀ ଭିତରକୁ ନ ଯିବେ ଏବଂ ସୁରକ୍ଷିତ ରହିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଥିବା ଉପଜିଲ୍ଲାପାଳ କହିଛନ୍ତି।
*
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/n-1.jpg)