ଡକାୟତି ଯୋଜନା ପଣ୍ଡ: ୫ ଗିରଫ, ମାରଣାସ୍ତ୍ର ଜବତ

ନୂଆପଡା: ଖରିଆର ରୋଡ଼ ଜୋଙ୍କ ଥାନା ଅନ୍ତର୍ଗତ କୁରରୁମୁଣ୍ଡା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଡକାୟତି ପାଇଁ ଉଦ୍ୟମ ଯୋଜନା କରୁଥିବା ବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରୁ ୫ଜଣଙ୍କୁ ଗିରଫ କରିଛି। ପୁଲିସ ଘଟଣାସ୍ଥଳରୁ ବନ୍ଧୁକ, ଖଣ୍ଡା, ଲାଇଟ, କଳାକନା ଆଦି ଜବତ କରିଛି।
ନୂଆପଡ଼ା ଥାନା ସିର୍ତ୍ତୋଲର ସତ୍ୟଜୀତ ହରପାଲ(୨୮), ଖରିଆର ଷ୍ଟେସନପଡ଼ାର ମୁକେଶ ନାଗ(୨୦), ରମଜାନ ମଲ୍କିକ(୨୮), ଖରିଆର ରୋଡ଼ ଓ୍ଵାର୍ଡ ନମ୍ବର-୯ର ରାଜା ସାହୁ(୨୨) ଓ ଗେନ୍ଦରାର ରାଜୁ ଯାଦବ(୨୮) ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ଅପରାଧିକ ମାମଲାରେ ସଂପୃକ୍ତ ଥିବା ଜଣାପଡ଼ିଛି। ଭାରତୀୟ ଦଣ୍ଡ ସଂହିତା ଧାର ୩୯୯, ୪୦୨ ଓ ଆର୍ମ ଏକ୍ଟ(୨୫)ରେ ପୁଲିସ ମାମଲା(୧୨୮/୧୭) ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର