ସାପ କାମୁଡ଼ାରେ ୧୧ ବର୍ଷୀୟା ନାବାଳିକାର ମୃତ୍ୟୁ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଇରପଦର ଗ୍ରାମର ୧୧ ବର୍ଷର ନାବାଳିକାକୁ ଶୋଇଥିବା ଅବସ୍ଥାରେ ବିଷାକ୍ତ ସାପ କାମୁଡ଼ି ଦେବା ଫଳରେ ତାର ମୃତ୍ୟୁ ହୋଇଛି। ମୃତକ ରାଜେନ୍ଦ୍ର ସୁନାନୀଙ୍କ ଝିଅ ସେଫାଳି ସୁନାନୀ ବୋଲି ଜଣାପଡ଼ିଛି। ପରିବାର ଲୋକେ ତାକୁ ଗୁରୁତର ଅଵସ୍ଥାରେ ଖଡ଼ିଆଳ ଉପଖଣ୍ଡ ସ୍ଵାସ୍ଥ୍ୟକୁ ଚିକିତ୍ସା ପାଇଁ ଆଣିଥିଲେ।

ପ୍ରାଥମିକ ଚିକତ୍ସା ପରେ ସେଫାଳିକୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ନୂଆପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ଅଧାବାଟରେ ୧୧ ବର୍ଷ ଝିଅର ମୃତ୍ୟୁ ହୋଇଛି। ସେଫାଳିର ମୃତ ଦେହ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ଆଜି ମୃତ ଦେହ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର ହେବ। ପରିବାର ଵର୍ଗଙ୍କୁ ଆବଶ୍ୟକ କ୍ଷତିପୂରଣ ଯୋଗାଇବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର