ନୂଆପଡ଼ା: କନ୍ୟାଶ୍ରମରେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ

ନୂଆପଡା: ସଦର ଥାନା ଅନ୍ତର୍ଗତ କୋଟେନଚୁଅାଁସ୍ଥିତ ଏକ କନ୍ୟାଶ୍ରମରେ ରବିବାର ଜଣେ ୪ର୍ଥ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ କହିବା ଅନୁସାରେ କିଛି ଦିନ ହେବ ଛାତ୍ରୀ ଜ୍ୱରରେ ଆକ୍ରାନ୍ତ ଥିଲା। ତାଙ୍କୁ ଏବାବଦରେ କିଛି ନଜଣାଇ ଔଷଧ ଦିଆଯାଇଥିଲା। ଫଳରେ ଆଜି ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ଆଶ୍ରମ ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଯେ, ଶିକ୍ଷକଙ୍କ ଚରମ ଅବହେଳା ଯୋଗୁଁ ଛାତ୍ରୀଙ୍କ ମୃତ୍ୟୁ ଘଟିଛି।

 

ସମ୍ବନ୍ଧିତ ଖବର