ଦିବ୍ୟାଙ୍ଗ ମହିଳା ହେଲେ ସକ୍ଷମ

ନୂଆପଡ଼ା: ଭିନ୍ନକ୍ଷମ ହୋଇ ମଧ୍ୟ ସେ ସକ୍ଷମ। ସେ କାହରି ଉପରେ ବୋଝ ହୋଇ ନାହାନ୍ତି। କୋମନା ବ୍ଲକ୍‌ କାଣ୍ଡେତରା ପଞ୍ଚାୟତ ମହୁଲଭଟା ଗାଁଣ ସୁମନୀ ଶବର ଜନ୍ମରୁ ଭିନ୍ନକ୍ଷମ। ସେ ଘରର ବଡ଼ ଝିଅ, ତାଙ୍କ ତଳେ ଗୋଟିଏ ଭାଇ। କମ ବୟସରେ ତାଙ୍କ ବାପା ପ୍ରାଣ ହରାଇଥିଲେ। ସେ ପରିବାର କିପରି ଚଳାଇବେ ଚିନ୍ତା କଲେ। ସେ ଭିନ୍ନକ୍ଷମ ହୋଇଥିବାରୁ କ’ଣ କରିବେ ଚିନ୍ତା କଲା ପରେ ଛୋଟ ଦୋକନ ଖୋଲି ସେ ମୁଢ଼ି ବିକ୍ରି କରିଥିଲେ। ଟ୍ରାଇସାଇକଲ ଯୋଗେ ବିଭିନ୍ନ ଗାଁ ବୁଲି ମୁଢ଼ି ବିକ୍ରି କରିଥିଲେ। ତାଙ୍କ ଭାଇ ବଡ଼ ହେବା ପରେ ତାଙ୍କୁ ବିବାହ ମଧ୍ୟ କରାଇଲେ। ନିଜେ ମଧ୍ୟ ବିବାହ ହୋଇ ନାହାନ୍ତି। ତାଙ୍କ ଭାଇଙ୍କ ୩ ପୁଅ। ତାଙ୍କ ପରିବାରରେ ଲୋକ ସଂଖ୍ୟା ୭ ଜଣ। ସେ ତାଙ୍କୁ ସମସ୍ତ ସହଯୋଗ କରନ୍ତି। କାହାକୁ ଜ୍ୱର ବା ରୋଗ ହେଲେ ତାକୁ ନିଜ ଟ୍ରାଇସାଇକଲରେ ବସାଇ ସେ ହସପିଟାଲକୁ ଯାଇଥାନ୍ତି। ଧୀରେ ଧୀରେ ତାଙ୍କ ଦୋକନକୁ ସେ ଛୋଟରୁ ବଡ଼ ଆକାର କରିଛନ୍ତି। ସେ ସକ୍ଷମ ୯ଜଣ ମହିଳାଙ୍କୁ ନେଇ ମା’ ବସ୍ତରେନ ନାମକ ଏସଏସଜି କରି ସେ ସଭାନେତ୍ରୀ ରହିଛନ୍ତି। ସମସ୍ତ କାଣ୍ଡେତରା ପଞ୍ଚାୟତକୁ ସେ କିରୋସିନ ଯୋଗାଇଥାନ୍ତି। ନିଜେ କୋମନା ବ୍ଲକ୍‌କୁ କିରୋସିନ ଆଣିବାକୁ ଯାଆନ୍ତି। ତାଙ୍କର ମାସକୁ ଆୟ ପ୍ରାୟ ୨୦ ହଜାରରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର