କୋମନା: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ନୂଆପଡ଼ା ଜିଲ୍ଲାl ନୂଆପଡ଼ା ଜିଲ୍ଲାର କୋମନା ବ୍ଳକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ି ଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଧୋଇ ଯାଇଛିl ଠପ୍ ହୋଇ ଯାଇଛି ଗମନାଗମନl ଘରେ ଘରେ ଆଣ୍ଠୁଏ ପାଣିl ଜିଲ୍ଲାର କୋମନା ବ୍ଲକ ଅଞ୍ଚଳ ବିଶେଷ କ୍ଷତଗସ୍ତ ହୋଇଛିl
ବର୍ଷା ଏମିତି ହେଲା, ସତେ ଯେମିତି ବାଦଲ ଫଟା ବର୍ଷାl ଆଇଏମଡିର ତଥ୍ୟ ଅନୁଯାୟୀ ଜିଲ୍ଲାର କୋମନା ବ୍ଲକରେ ୧୯୭ ମିଲିମିଟର ଓ ନୂଆପଡ଼ା ବ୍ଲକରେ ୧୪୮.୬ ମିଲି ମିଟର ବର୍ଷା ରେକର୍ଡ ହୋଇଛିl
ବର୍ଷାର ପ୍ରକୋପ ଏତେ ବଢ଼ି ଯାଇ ଥିଲା ଯେ, କୋମନା ଜୁନାଗଡ଼ପଡ଼ା, ତରବୋଡ, ଆଗ୍ରେନ୍, ଭେଳା, କାଣ୍ଡେତରା ଆଦି ଗାଁରେ ଘର ଭିତରରେ ଆଣ୍ଠୁଏ ପାଣିl ଲୋକେ ନାହିଁ ନ ଥିବା ସମସ୍ୟାର ପଡ଼ି ଥିଲେl ପ୍ରବଳ ବର୍ଷାରେ କୋମନା ବ୍ଲକର ଛତା-ମଖାଭଟା ରାସ୍ତାର କଲଭର୍ଟ, ମଲ୍ଲିକମୁଣ୍ଡା-କୁଞ୍ଜଲପଡ଼ା ରାସ୍ତାର ବ୍ରିଜକୁ ସଂଯୋଗ କରୁ ଥିବା ରାସ୍ତା ଧୋଇ ଯାଇଛିl
କେବଳ ଲଗାଣ ବର୍ଷା ଯୋଗୁଁ ରାସ୍ତା ଘାଟ ଧୋଇ ଯାଇଛି ତାହା ନୁହେଁ, ଅନେକ ରାସ୍ତା ଉପରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ରାସ୍ତା ଅବରୋଧ ହୋଇ ଥିଲାl ବରକୋଟ-ଚେରେଚୁଆଁ ଘାଟି ରାସ୍ତାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇ ଥିଲାl ଅଗ୍ନିଶମ ବାହିନୀ ରାସ୍ତା କାଟି ଅବରୋଧ ହଟାଇ ଥିଲେl ଘରେ ପଶି ଥିବା ପାଣିକୁ ପାଇପ ଲଗାଇ ନିଷ୍କାସନ କରି ଥିଲେl କୋମନା ବ୍ଲକ ଓ ତହସିଲ ତରଫରୁ କ୍ଷୟକ୍ଷତି ଆକଳନ କରାଯାଇଛିl
Nuapada
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/03/nuapada-2025-10-03-21-33-29.jpg)