କରୋନା କାରୁଣ୍ୟ : ସ୍ବାମୀ ଗାଁରେ ଓ ସ୍ତ୍ରୀ ସହ ଦ୍ବଇ ଛୁଆ ବେଙ୍ଗାଲୁରୁରେ; ଭୋକ ଉପାସରେ ଦିନ କଟୁଛି

ନୂଆପଡା: କରୋନା ମହାମାରୀ ଦେଶରେ ତାଣ୍ଡବ ରଚୁଥିବା ବେଳେ ଦିନକୁ ଦିନ ପ୍ରବାସୀ ଶ୍ରମିକମାନଙ୍କୁ ଦୁଃଖ ବଢ଼ିବାରେ ଲାଗିଛି। ନୂଆପଡ଼ା ଜିଲ୍ଲା ଜଣେ ପ୍ରବାସୀ ଶ୍ରମିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନରେ ଘର ମିଳିଥିବା ଜାଣି ବେଙ୍ଗାଲୁରୁରେ ସ୍ତ୍ରୀ ଓ ଦ୍ବଇ ପିଲାଙ୍କୁ  ଛାଡି ଘରକୁ ପହଞ୍ଚିଥିଲେ। ହେଲେ କିଛି ଦିନ ପରେ ସରକାର କରୋନା ପାଇଁ ଲକଡାଇନ ଜାରି କରୁଥିବାରୁ ସ୍ତ୍ରୀ ସହ ଦ୍ବଇ ପୁଅ ବେଙ୍ଗାଲୁରୁରେ ଥିବା ବେଳେ ସ୍ବାମୀ ଗାଁରେ ରହି ପରିବାରଙ୍କୁ ଉଦ୍ଧାର ପାଇଁ ଜିଲ୍ଲାପ୍ରଶାସନ ଠାରୁ ଗୁହାରି କରୁଛନ୍ତି।

ଏପରି ଏକ କରୋନ କାରୁଣ୍ୟ ଦେଖିବାକୁ ମିଳିଛି। ନୂଆପଡା ଜିଲ୍ଲା କୋମନା ବ୍ଲକର ଲଖନା ଥାନା ଅନ୍ତର୍ଗତ କୁକୁରିମୁଣ୍ଡି ଗ୍ରାମରେ ରହୁଥିବା ପୁନିତ ଦାସଙ୍କ ଘଟଣା ଏହିପରି। ଗତ ୬ ମାସ ଆଗରୁ ପୁନିତ ଏବଂ ତାଙ୍କ ସ୍ତ୍ରୀ ନୀରା ଦାସ ଦୁଇ ଝିଅ-ପୁଅ ସୁମନ ଦାସ ଓ ଜୟପାଳ ଦାସଙ୍କ ସହ ନିଜର ପେଟପୋଷିବା ପାଇଁ ବେଙ୍ଗାଲୁରୁକୁ ଦାଦନ ଖଟିବା ପାଇଁ ଯାଇଥିଲେ। ହେଲେ ପୁନିତ ଦାସଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି ବୋଲି ସୂଚନା ମିଳିଥିଲା।  ସେହିଘର କାମର ବିଲ ଉଠାଇବା ପାଇଁ ମାର୍ଚ୍ଚ ୧୨ ତାରିଖରେ ସେ ନିଜ ଗ୍ରାମକୁ ଆସିଥିଲେ। ମାତ୍ର ମାର୍ଚ୍ଚ ୧୫ ତାରିଖଠାରୁ ଲକଡାଉନ ହେବା ଯୋଗୁ ଆଉ ବେଙ୍ଗାଲୁରୁ ଯାଇପାରି ନ ଥିଲେ ଏବଂ ଘରେ ରହିଯାଇଥିଲେ। ପ୍ରବାସୀ ଶ୍ରମିକ ଆସିବା ପାଇଁ ଯେତେବେଳେ ରାଜ୍ୟ ସରକାର ପଞ୍ଚାୟତକୁ ନିର୍ଦେଶ ଦେଲେ ତା’ପରେ ପୁନିତ ମଧ୍ୟ ନିଜର ପରିବାରକୁ ଆଣିବା ପାଇଁ ପଞ୍ଚାୟତକୁ ଆସି ଅନଲାଇନ ପଞ୍ଜିକରଣ ମଧ୍ୟ କରିଥିଲେ।  ତାଙ୍କ ସ୍ତ୍ରୀଙ୍କ ମୋବାଇଲରେ ମେସେଜ ମଧ୍ୟ ଯାଇଥିଲା। ମାତ୍ର କୌଣସି କର୍ମଚାରୀ ଯୋଗାଯୋଗ କରି ନଥିବା ହେତୁ ପୁନିତଙ୍କ ପରିବାର ଫେରି ପାରିଲେ ନାହିଁ।

ତା’ପରେ ଜୁନ ମାସ ଶେଷ ଆଡ଼କୁ ନୂଆପଡା ଉପଜିଲ୍ଲାପାଳଙ୍କୁ ଭେଟିଥିଲେ ପୁନିତ। ହେଲେ  ଶ୍ରମିକ ଆଣିବା ବନ୍ଦ କରାଯାଇଛି ବୋଲି ଜଣାପଡ଼ିବାରୁ ପୁନିତ ଘରକୁ ନିରାଶ ହୋଇଫେରିଛନ୍ତି । ସେପଟେ ସ୍ତ୍ରୀ ଓ ଦୁଇ ପୁଅ-ଝିଅ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି କହିଛନ୍ତି ପୁନିତ।  ବର୍ତ୍ତମାନ ସ୍ତ୍ରୀ ଓ ଦ୍ବଇ ପିଲାଙ୍କ ଚିନ୍ତାରେ ପଡିଛନ୍ତି ପୁନିତ।

ସମ୍ବନ୍ଧିତ ଖବର