ନିମ୍ନମାନର ପାଚେରୀ କାର୍ଯ୍ୟ, କାମ ବିଷୟରେ ଜାଣିନାହାନ୍ତି କନିଷ୍ଠ ଯନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ପଞ୍ଚାୟତର କୁସମାଲ ଗ୍ରାମର ୨ ନମ୍ବର ଅଙ୍ଗନୱାଡି କେନ୍ଦ୍ରର ପାଚେରୀ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏହି ଅଙ୍ଗନୱାଡି କେନ୍ଦ୍ର ମୁଖ୍ୟ ରାସ୍ତାକଡରେ ଥିବାରୁ କେନ୍ଦ୍ରର କୋମଳମତି ଛାତ୍ରଛାତ୍ରୀମାନେ ରାସ୍ତାକୁ ଚାଲିଆସୁଥିଲେ। ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ପାଚେରୀ ନିର୍ମାଣ କାର୍ଯ୍ୟ ପଞ୍ଚାୟତ ଜରିଆରେ ଅଟକଳ ମୂଲ୍ୟ ପଚାଶ ହଜାର ଟଙ୍କାରେ ଚାଲିଛି । ହେଲେ ଅତି ନିମ୍ନମାନର କାର୍ଯ୍ୟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପାଚେରୀର ୱାଲ ବେଣ୍ଡ ଓ ବିମଗୁଡ଼ିକରେ ଏଷ୍ଟିମେଟ ହିସାବରେ ଛଡ ଦିଆଯାଇ ନାହିଁ, କମ ପରିମାଣର ସିମେଣ୍ଟ ଦିଆଯାଇଛି ଓ ପାଣି ସିଞ୍ଚନ କରୁ ନାହାନ୍ତି ଫଳରେ ପାଚେରୀର କାନ୍ଥକୁ ହାତ ଘଷିଲେ ସିମେଣ୍ଟ ଝଡ଼ି ଯାଉଛି। ଅଙ୍ଗନୱାଡି କେନ୍ଦ୍ରର ନଳ କୂଅକୁ ଅଙ୍ଗୱାଡି କେନ୍ଦ୍ର ଭିତରେ ନରଖି ପାଚେରୀ ବାହାରେ ରଖାଯାଇଛି। ଏହାଫଳରେ କେନ୍ଦ୍ରର ଛାତ୍ରଛାତ୍ରୀମାନେ ପୁଣି ରାସ୍ତାକୁ ଆସି ନଳକୂପର ପାଣି ବ୍ୟବହାର କରିବେ।

ଏନେଇ ବିରିଘାଟ ସରପଞ୍ଚ ବିନୋଦ ଧରୁଆଙ୍କୁ ପଚାରିବାରୁ ନିମ୍ନମାନର କାର୍ଯ୍ୟ ହେଉଥିବା ସ୍ଵୀକାର କରିଥିବା ବେଳେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟସ୍ଥଳକୁ ଆସୁ ନଥିବାରୁ କାର୍ଯ୍ୟ ଏପରି ହେଉଥିବା ପ୍ରକାଶ କରିଥିବା ବେଳେ ଦାୟିତ୍ୱରେ ଥିବା ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ସିଂଙ୍କୁ ପଚାରିବାରୁ ସେହି ପାଚେରୀ ନିର୍ମାଣ କାର୍ଯ୍ୟ ବିଷୟରେ ମୁ କିଛି ଜାଣି ନାହିଁ ସରପଞ୍ଚ ନିଜ ମାନମାନି କାର୍ଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିଥିଲେ। ତେଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସରପଞ୍ଚ ଓ କନିଷ୍ଠ ଯନ୍ତ୍ରୀଙ୍କ କଥାର ତାଳମେଳ ଖାଉ ନ ଥିବାରୁ ପ୍ରକୃତ ତଥ୍ୟ ବାହାର କରି କାହିଁକି ପାଚେରୀର କାର୍ଯ୍ୟ ନିମ୍ନମାନର ହେଉଛି ତାର ତଦନ୍ତ କରି ସମ୍ପୃକ ଅଧିକାରୀଙ୍କ ବିରୋଧୀରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

 

ସମ୍ବନ୍ଧିତ ଖବର