ଗର୍ଭବତୀ ମହିଳାଙ୍କ ପ୍ରସବ ପୂର୍ବରୁ ଭୃଣ ହତ୍ୟା ଅଭିଯୋଗ

ଖଡ଼ିଆଳ :   ଗର୍ଭବତୀ ମହିଳାଙ୍କ ପ୍ରସବ ପୂର୍ବରୁ ଭ୍ରୁଣ ହତ୍ୟା କରିବା ତାହା ଧର୍ତବ୍ୟ ଅପରାଧ ଓ  ଅପରାଧିଙ୍କୁ ଜେଲ ଦଣ୍ଡାଦେଶ ର ସରକାରୀ ନିୟମ ରହିଛି । ହେଲେ ଏହି ନିୟମକୁ  ଖୋଲା ଖୋଳୀ ଭାବରେ ଉଲଂଘନ କରାଯାଇଛି ।    ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ସିନାପାଲି ଥାନା ଅନ୍ତର୍ଗତ ସରଧାପୁର ଗାଁ ର ଗଣେଶ ମଙ୍ଗରାଜ ଙ୍କ ଝିଅ ପ୍ରିୟଙ୍କା କୁ ଗତ ବର୍ଷ ମଇମାସ  ୭ ତାରଖ ଦିନ କସେଇପାନି ଗାଁର କୁଞ୍ଜମଣି ନିଆଲଙ୍କ ପୁଅ ହିନ୍ଦୁଲାଳ ନିଆଲ କୁ ବିଭାହ ଦେଇଥିଲେ । ବିବାହର ଦୁଇ ମାସ ପରେ ପୁଅ ଘରଲୋକ ଝିଅ ପ୍ରିୟଙ୍କାକୁ ଯୌତୁକ ଆଣି ନ ଥିବା ଅଭିଯୋଗ କରି ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତ ମାଇମାସ  ୯ ଦିନ  ତାରଖରେ ସିନାପାଲି ର ମାଣିକେଶ୍ୱରୀ କ୍ଲିନିକ ରେ ପ୍ରିୟଙ୍କା ନିଆଲ ରକ୍ତ ନମୁନା  ଯାଞ୍ଚ ହେବା ପରେ  ତାହାର ଗର୍ଭ ରେ ପୋଜିଟିଭ ରହିଥିବା ଜଣାପଡିଲା ।
ଏହି ଖବର ଜାଣିବା ପରେ ଅଙ୍ଗନବାଡି କାମ କରୁଥିବା  ପୁଅର୍ ଭଉଣୀ କୈକେୟ ନିଆଲ ମାଣିକେଶ୍ୱରୀ ର ଘରୋଇ ଡାକ୍ତର ଆଲୋକ ଯୋଶୀଙ୍କୁ ଫୋନ ଯୋଗେ ପ୍ରିୟଙ୍କା ର ଗର୍ଭ ନଷ୍ଟ କରିଦେବା ପାଇଁ  କହିଥିଲେ ।  ହେଲେ ଘରୋଇ ଡାକ୍ତର  ପ୍ରିୟଙ୍କା ଗର୍ଭକୁ ନଷ୍ଟ ନ କରି ଭିଟାମିନ ଓଷଧ ଦେଇ ଝିଅକୁ ତାଗିଦ କରିଥିଲେ ।   ହେଲେ ଝିଅର ସ୍ୱାମୀ ଓ ତାର ଭଉଣୀ ଭିଟାମିନ ଓଷଧ ବୋଲି କହି ଜୋର ଜବରଦସ୍ତ ଭାବରେ ଗର୍ଭ ନଷ୍ଟ ର ଓଷଧ ଦେଇଥିଲେ। ଯାହାକି ସେବନ ପରେ ତାହାର ଅନ୍ୟ ଦିନ ରେ ପ୍ରିୟଙ୍କା ଅତ୍ୟାଧିକ ଭାବରେ ରକ୍ତସ୍ରାବ କରିଥିଲେ ଓ ଭୃଣ ନଷ୍ଟ ହୋଇଥିଲା । ଏହି ସମ୍ବନ୍ଧରେ ପ୍ରିୟଙ୍କା ନିଆଲ ତାର ସ୍ୱାମୀ ହିନ୍ଦୁଲାଳ ନିଆଲ ଓ ତାର ଭଉଣୀ କୈକେୟା ନିଆଲଙ୍କ ସମେତ ତାଙ୍କ ଘରର ଆହୁରି ତିନି ଜଣଙ୍କୁ ମିଶେଇ ମୋଟ ୫ ଜଣ ବିରୁଦ୍ଧରେ ସିନାପାଲି ଥାନାରେ ଏତଲା ଦେଇଥିଲେ ।  ହେଲେ ପ୍ରିୟଙ୍କା ପରିବାର ପକ୍ଷରୁ ଏବେ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଅଭିଯୋଗ ହୋଇଛି । ସିନାପାଲି ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ ସହ ଆଲୋଚନା କରିବାରୁ ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଛନ୍ତି ।
ସମ୍ବନ୍ଧିତ ଖବର