ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଗୋଡାଲ ଗ୍ରାମପଞ୍ଚାୟତ ମହଗାଁରେ କିଡ୍ନି ରୋଗ ହେବା ଘଟଣା ଖବରକାଗଜରେ ପ୍ରକାଶନ ପରେ ମେଡିକାଲ ଟିମ୍ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି। ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ଶ୍ରୀମାନ ସାହୁଙ୍କ ନେତୃତ୍ବରେ ଏକ ଟିମ ମହଗାଁକୁ ଯାଇ କିଡ୍ନି ରୋଗୀଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ସମସ୍ୟା ଗୁରୁତର ହୋଇଥିବା ଡା. ସାହୁ ପ୍ରକାଶ କରିଥିବା ବେଳେ କ’ଣ ପାଇଁ ଏଠାରେ କିଡ୍ନି ରୋଗ ବ୍ୟାପିଛି ତାହା ଆଗରୁ କହିହେବ ନାହିଁ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ସିନାପାଲି ଗ୍ରାମୀଣ ଜଳ ଓ ପରିମଳ ବିଭାଗ ପକ୍ଷରୁ ଆଜି ଗ୍ରାମରେ ଥିବା ପାନୀୟଜଳ ଉତ୍ସରୁ ଜଳ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ନିଆଯାଇଥିଲା।
ସୂଚନାଯୋଗ୍ୟ, ଏହି ଗ୍ରାମରେ ବିଗତ ଦୁଇ ବର୍ଷରେ ତିନି ଜଣଙ୍କ କିଡ୍ନି ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୪ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ନେଇ ଗ୍ରାମବାସୀ ପ୍ରକାଶ କରିଥିଲେ। ବର୍ତ୍ତମାନ ଏହି ଘଟଣାକୁ ନେଇ ଗ୍ରାମାସୀଙ୍କ ମନରେ ଆତଙ୍କ ଖେଳିଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡା. ଶ୍ରୀମାନ ସାହୁ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଖଡିଆଳ ବିଧାୟକ ଏ ସଂକ୍ରାନ୍ତରେ ଗଣମାଧ୍ୟମରୁ ସୂଚନା ପାଇ ତାଙ୍କର ଦୁଇ ପ୍ରତନିଧି ଲିଙ୍ଗରାଜ ଘିଭେଲା ଓ ମନୀଷ ପଟେଲଙ୍କୁ ମହଗାଁକୁ ପଠାଇ ସମସ୍ୟା ବୁଝିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/5417155c-76ad-45fb-b4fe-9b5ca2e70b92.jpg)