ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଚିକଳଚୁଆଁ ଗ୍ରାମର ଦ୍ବଇଜଣ କଲେଜ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଥିବା ଖବର ହସ୍ତଗତ ହୋଇଛି । ଏହି ଛୁରାମାଡ଼ରେ ଆହତ ହୋଇ ଛାତ୍ରୀ ଦୁଇଜଣ ବୋଡ଼େନ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି । ଏହି ଛୁରାମାଡ଼ କରିଥିବା ଅଭିଯୋଗରେ ସ୍ଥାନୀୟ ବୋଇରଗାଁ ହାଇସ୍କୁଲର କିରାଣୀକୁ ପୁଲିସ ଗିରଫ କରିଛି ।
ମିଳିଥିବା ସୂଚନା ଅନୁଯାଇ ବୁଧବାର ଦିନ ବୋଡ଼େନ ଥାନା ଅନ୍ତର୍ଗତ ବୋଇରଗାଁ ପଞ୍ଚାୟତ ଚିକଳଚୁଆଁ ଗ୍ରାମର ଚନ୍ଦ୍ରକା ମାଝୀ (୨୪) ତାର ସାଙ୍ଗ ପ୍ରେମଲତା ଜଗତ(୨୨) ବୋଡ଼େନ ବିଜୁ ପଟ୍ଟନାୟକ ଯୁକ୍ତ ତିନି କଲେଜରେ ପାଠପଢ଼ନ୍ତି । ଆଜି ଉଭୟ କପଡ଼ା କିଣିବା ପାଇଁ ବୋଡ଼େନ ଆସୁଥିଲେ । ଏହି ସମୟରେ ବୋଇରଗାଁ ହାଇସ୍କୁଲର କିରାଣୀ ଲଳିତ ନାଏକ(୪୨) ବୋଡ଼େନ ସପ୍ତାହିକ ବଜାର ପାଖରେ ଚନ୍ଦ୍ରକା ମାଝୀଙ୍କୁ ୨ଶହ ଟଙ୍କା ମାଗିଥିଲା। ପରେ କିଛି ଦ୍ବର ଗଲା ପରେ ଚନ୍ଦ୍ରକା ଲଲିତଙ୍କୁ ୨ଶହ ଟଙ୍କା ଦେଇଥିଲା । ଏହା ପରେ ପୁଣି ଲଳିତ ଛାତ୍ରୀମାନଙ୍କ ପାଖକୁ ଆସି ଚନ୍ଦ୍ରକାଙ୍କୁ ଭଲ ପାଉଛି ବୋଲି କହିଥିଲା । କିନ୍ତୁ ଏହାକୁ ଚନ୍ଦ୍ରକା ବିରୋଧ କରିବା ସହ ଘଟଣା ସ୍ଥଳରେ କିଛି ସମୟରେ ଉଭୟଙ୍କ ମଧ୍ୟ ବଚସା ହୋଇଥିଲା । ପରେ ଲଲିତ ରାଗିଯାଇ ଏକ ଧାରୁଆ ଛୁରୀରେ ଚନ୍ଦ୍ରକା ଓ ପ୍ରେମଲତାଙ୍କୁ ଆକ୍ରମଣ କରିଥିଲା । ଚନ୍ଦ୍ରକାରର ଦ୍ବଇଟି ହାତ ଓ ପିଠିରେ ଛୁରା ମାଡ଼ ହୋଇଥିଲା ବେଳେ ପ୍ରେମଲତାଙ୍କ ତଲିପେଟରେ ଛୁରୀ ମାଡ଼ ହୋଇଛି । ଉଭୟଙ୍କୁ ତୁରନ୍ତ ବୋଡ଼େନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଦୁଇ ଝିଅଙ୍କ ଅବସ୍ଥା ସୁସ୍ଥ ଥିବା ବୋଡ଼େନ ସିଏଚସି ଡାକ୍ତର ସ୍ମୃତିରଞ୍ଜନ ସିଂ ନିନା କହିଛନ୍ତି । ଦ୍ବଇ ପୀଡ଼ିତାଙ୍କ ଲିଖିତ ଅଭିଯୋଗ ପରେ ଲଳିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ବୋଡ଼େନ ଥାନା ଅଧିକାରୀ ଶୁଭଙ୍କର ସେଠ୍ କହିଛନ୍ତି ।