ଖଡିଆଳ: ଆମ୍ବୁଲାନ୍ସରେ ଭେଣ୍ଟିଲେଟର ନ ଥିବାରୁ ୪ ଦିନ ତଳେ ଜଣେ ଆହତ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କୁ ଖଡ଼ିଆଳ ମିଶନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ୪ ଘଣ୍ଟା ଧରି ଚିକିସା କରିଥିଲେ। ହେଲେ ଚେତା ନଫେରିବାରୁ ରାୟପୁର ନେବାକୁ ପରାମର୍ଶ ଦେଇଥିଲେ। ଏପରିକି ଭେଣ୍ଟିଲେଟର ଥିବା ଆମ୍ବୁଲାନ୍ସରେ ନେବାକୁ ଡାକ୍ତର କରିଥିଲେ। ହେଲେ ନୂଆପଡ଼ାରେ ଏପରି ଆମ୍ବୁଲାନ୍ସ ନମିଳିବାରୁ ଶେଷରେ ରାୟପୁରରୁଏକ ଆମ୍ବୁଲାନ୍ସ ଅଣାଯାଇଥିଲା। ସେହି ଆମ୍ବୁଲାନ୍ସରେ ଯୁବକଙ୍କୁ ରାୟପୁର ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଯଦି ନୂଆପଡା ଜିଲ୍ଲାରେ ଭେଣ୍ଟିଲେଟର ଥିବା ଆମ୍ବୁଲାନ୍ସ ଥାଆନ୍ତା ତେବେ ଯୁବକଙ୍କ ଜୀବନ ଅକାଳରେ ଯାଇନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏନେଇ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶଙ୍କର ପ୍ରସାଦ ମେହେରଙ୍କୁ ପଚାରିବାରୁ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଏହି ଆମ୍ବୁଲାନ୍ସର ବ୍ୟବସ୍ଥା କରିବେ ବୋଲି କହିଥିଲେ।
ଆମ୍ବୁଲାନ୍ସରେ ଭେଣ୍ଟିଲେଟର ନାହିଁ:ଆହତ ଯୁବକଙ୍କ ମୃତ୍ୟୁ ଅଭିଯୋଗ
/sambad/media/post_attachments/wp-content/uploads/2018/05/ambulance-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)