କଳାହାଣ୍ଡି ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲଙ୍କର ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ

ନୂଆପଡ଼ା: କଳାହାଣ୍ଡି ଜିଲ୍ଲା ମଙ୍ଗଳ ଅଧିକାରୀ ତଥା ନୂଆପଡା ଜିଲ୍ଲା ଟାନୁୱାଟ ଗ୍ରାମର ବାସିନ୍ଦା ବିହାରୀଲାଲ ବିଶ୍ବାଳଙ୍କ ପୁଅ ନନ୍ଦଲାଲ ବିଶ୍ବାଳ କରୋନା ପଜିଟିଭ ହୋଇଥିଲେ। ସେ ଭୁବନେଶ୍ବରର କିମ୍‌ସ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଶବିବାର ଦିନ ମଧ୍ୟରାତ୍ରରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହକୁ ତାଙ୍କ ଗାଁ ଟାନୁୱାଟକୁ ନିଆଯିବା ପରେ ସୋମବାର ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ସହ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦିଆଯାଇ ଶେଷକୃତ ସମ୍ପନ୍ନ ହୋଇଛି।

ଏହି ରାଷ୍ଟ୍ରୀୟ ସମ୍ମାନ ସମୟରେ ନୂଆପଡ଼ା ଉପଜିଲ୍ଲାପାଳ ତରଣୀସେନ ନାଏକ, ଅତିରିକ୍ତ ଜିଲ୍ଲାପାଳ ଅଗସ୍ତ୍ୟ ପ୍ରଧାନ, ନୂଆପଡ଼ା ଅତିରିକ୍ତ ତହସିଲଦାର ଲୋଚନ ଶବର, ନୂଆପଡ଼ା ଏନଏସି ଇଓ ରାମଚନ୍ଦ୍ର ମାଝୀ ଉପସ୍ଥିତ ରହିଥିଲେ। ସେହିପରି ନୂଆପଡ଼ା ବିଧାୟକ ରଜେନ୍ଦ୍ର ଢୋଲକିଆ, ପ୍ରସନ୍ନ ପାଢ଼ୀ, ଟିଟୁ ପଣ୍ଡା, ଭାନୁପ୍ରତାସିଂ ମାଝୀଙ୍କ ସହ ପରିବାର ଲୋକ ଓ ଗାଁର ବାସିନ୍ଦା ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ପରେ ସମାଜର ନୀତି ନିୟମ ଅନୁଯାୟୀ, ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ବିଶେଷ ସୂତ୍ରରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ବାଲ ଗତ ୨୫ ତାରିଖ ଦିନ କରୋନା ପଜିଟିଭ୍‌ ଚିହ୍ନଟ ହୋଇ କଳାହାଣ୍ଡି କୋଭିଡ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ ପରେ ଗୁରୁତର ହେବାରୁ ତାଙ୍କୁ ଭୁବେନଶ୍ବରର କିମ୍‌ସରେ ଭର୍ତ୍ତ କରାଯାଇଥିଲା। ଶନିବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ମୃତ ନନ୍ଦନାଲ ବିଶ୍ବାଳଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

ସମ୍ବନ୍ଧିତ ଖବର