ନୂଆପଡ଼ା: ଅନେକ ଦିନର ନିରବତା ପରେ ଓଡ଼ିଶା-ଛତିଶଗଡ଼ ରାଜ୍ୟର ସୀମାରେ ଓଡ଼ିଶା ରାଜ୍ୟ କମିଟି ମାଓବାଦୀଙ୍କ ବ୍ୟାନର ପୋଷ୍ଟର ଦେଖିବାକୁ ମିଳିଛି। ଛତିଶଗଡ଼ ରାଜ୍ୟର ଦେଓଭୋଗ-ଗରିଆବନ୍ଧ ରାଜ୍ୟ ରାଜପଥର ବୁଢଗେଲଟପ୍ପା ଗାଁ ନିକଟରେ ଗଛ କାଟି ରାସ୍ତା ଅବରୋଧ କରି ବ୍ୟାନର ପୋଷ୍ଟର ଲଗାଇ ଆସନ୍ତା ୨୦ ତାରିଖରେ ଓଡ଼ିଶା ସହ ଛତିଶଗଡ଼ର ଗରିଆବନ୍ଧ, ଧମତରି,କୋଡାଗାଁ ଓ ମହାସମୁନ୍ଦ ଜିଲ୍ଲା ବନ୍ଦ ପାଇଁ ଅନୁରୋଧ କରିଛନ୍ତି।
ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଧୋବଘାଟ, ଖଡୁପାନି, ଭଇଁଷାଦାନି ଗାଁରେ ନିର୍ମାଣାଧୀନ ନୂତନ ଓ ପୁରୁଣା ପୁଲିସ କ୍ୟାମ୍ପକୁ ହଟାଇବାକୁ ଅନୁରୋଧ କରିଛନ୍ତି। ପୁଣି ଏ ଅଞ୍ଚଳରେ ନିର୍ମାଣାଧୀନ ପୋଲ, ମୋବାଇଲ ଟାୱାର, ପର୍ଯ୍ୟଟନ ସ୍ଥଳ, ପୁଲିସ କ୍ୟାମ୍ପକୁ ବନ୍ଦ କରିବାକୁ କହିଛନ୍ତି। ସାଧାରଣ ଲୋକଙ୍କ ମୌଳିକ ସୁବିଧା ପାଇଁ ସ୍କୁଲ କଲେଜ, ଜଳସେଚନ ପାଇଁ ଦାବି କରିଛନ୍ତି। ଏ ସଂପର୍କରେ ନୂଆପଡ଼ା ପୁଲିସର ମତାମତ ମିଳି ପାରିନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/16547961-95b2-467d-b0cb-a16947c4489f.jpg)