ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ବ୍ଲକ୍‌ ଛକ ନିକଟବର୍ତ୍ତୀ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ କାନ୍ଥରେ ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରଟି ମୈନପୁର-ନୂଆପଡ଼ା ଡିଭିଜନ୍‌ ମାଓ ସଂଗଠନ ପକ୍ଷରୁ ମରାଯାଇଥିବା ଜଣାପଡ଼ିଛି। ଖଡ଼ିଆଳ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟରକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

Advertisment

ଗତ ୨୨ ତାରିଖରେ ସିଆର୍‌ପିଏଫ ଯବାନମାନେ ବୋଡ଼େନ ଥାନା ପାଟଦରା ଜଙ୍ଗଲରେ ମାଓ କ୍ୟାମ୍ପ୍‌ ଧ୍ଵଂସ କରିଥିବା ଘଟଣା ମିଛ। ଏହି ଘଟଣାକୁ ପୁଲିସ ଗଣମାଧ୍ୟମରେ ପ୍ରଚାର କରି ମିଥ୍ୟାରେ ବାହାବାହା ନେଉଛି। ସେହି ଅଞ୍ଚଳରେ ମାଓ ସଂଗଠନର କୌଣସି କ୍ୟାମ୍ପ୍‌ ନଥିବା ଦର୍ଶାଯାଇଛି। ପୁଲିସର ଏଭଳି ମିଥ୍ୟା କାର୍ଯ୍ୟକଳାପକୁ ଡିଭିଜନ୍‌ ମାଓ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି।