ଓକିଲଙ୍କୁ ଦୁର୍ବ୍ୟବହାର: ଜିଲ୍ଲାପାଳଙ୍କୁ ଦାବିପତ୍ର

ନୂଆପଡ଼: ନୂଆପଡ଼ା କୋର୍ଟର ଜଣେ କାଯ୍ୟର୍ରତ ବରିଷ୍ଠ ଆଇନଜୀବୀଙ୍କୁ ସ୍ଥାନୀୟ ଅତିରିକ୍ତ ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଜିଲ୍ଲା ସିଭିଲ ବାର ଆସୋସିଏସନ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି। ନୂଆପଡ଼ା କୋର୍ଟର ଆଇନଜୀବୀ ଶ୍ରୀବତ୍ସ ମଲ୍ଲିକ ଏଫିଡେଭିଟ କରିବାକୁ ସ୍ଥାନୀୟ ଅତିରିକ୍ତ ତହସିଲଦାରଙ୍କ ନିକଟକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଅତିରିକ୍ତ ତହସିଲଦାର ଏଫିଡେଭିଟ କରିବା ପାଇଁ ମନା କରି ଦେବା ସହ ତାଙ୍କୁ ଅଫିସରୁ ଚାଲିଯିବାକୁ କହିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସିଭିଲ ବାର ଆସୋସିଏସନ ସଭାଗୃହରେ ସଂଘ ସଭାପତି ଘାସିରାମ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ପରେ ସଂଘ ତରଫରୁ ୬ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ବିଶ୍ୱମଣି ପାଣିଗ୍ରାହୀ, ବସନ୍ତ ଆଜାଦ, ସୁଶାନ୍ତ ପତି, ସଞ୍ଜୟ ପାଣିଗ୍ରାହୀ, ଦେବଦତ୍ତ ଦୀକ୍ଷିତ, ଏସ. ମଲ୍ଲିକ, ବଣ୍ଟି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଗତ ୫ ତାରିଖ ଅପରାହ୍ନରେ ନୂଆପଡ଼ା କୋର୍ଟର ବରିଷ୍ଠ ଆଇନଜୀବୀ, ନୋଟାରି ତଥା ଏପିପି କାର୍ତ୍ତିକେଶ୍ୱର ମହାରଣା ଏଫିଡେଭିଟ କରିବାକୁ ସ୍ଥାନୀୟ ତହସିଲଦାରଙ୍କ ନିକଟକୁ ଯାଇଥିଲେ। ସେଠାରେ ମହାରଣାଙ୍କୁ ତହସିଲଦାର ଦୁର୍ବ୍ୟବାହର କରିଥିବା ଅଭିଯୋଗ ହୋଇଛି। ଏନେଇ ଓକିଲ ଶ୍ରୀ ମହାରଣା ଜିଲ୍ଲା ବାର ଆସୋସିଏସନକୁ ଲିଖିତ ଜଣାଇ ଥିଲେ। ଏହାର ପ୍ରତିବାଦରେ ଜିଲ୍ଲା ବାର ଆସୋସିଏସନ ସଭାଗୃହରେ ସଂଘ ସଭାପତି ପ୍ରସନ୍ନ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଧର୍ମବୀର ଯୋଷୀ, ସହ ସମ୍ପାଦକ ଅଶ୍ୱିନୀ ବାଗ, ପ୍ରସନ୍ନ ମହାପାତ୍ର, ବାଦଲ ବୋଷ, ରମେଶ ଚନ୍ଦ୍ର ଭୋଇ, ମୁରଲିଧର ପଣ୍ଡା, ସେତରାମ ଦେବାଙ୍ଗନ, ସିତୁ ବୋଧଙ୍କର, ଲାଲଟୁ ବୋଷ, ରାଜନ୍ଦ୍ରେ ଆଡବଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର