ନୂଆପଡ଼ା: ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କ ସ୍ମୁତିରେ ଶୁକ୍ରବାର ସନ୍ଧ୍ୟାରେ ନୂଆପଡ଼ା ମୁସଲିମ ସମାଜ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଜିଲ୍ଲା ସଦରସ୍ଥିତ ମସଜିଦ ଠାରେ ବହୁ ସଂଖ୍ୟାରେ ମୁସଲମାନ ଭାଇ ଏକତ୍ରିତ ହୋଇଥିଲେ। ସେଠାରୁ ଏକ କ୍ୟାଣ୍ଡଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପରେ ସ୍ଥାନୀୟ ଏକତା ଛକ ଠାରେ ସହିଦ ଯବାନଙ୍କ ସ୍ମୁତିରେ ଦୀପ ପ୍ରଜ୍ୱଳନ କରିବା ସହ ସେମାନଙ୍କ ଆତ୍ମର ସତଗତି କାମନା କରି ୨ ମିନିଟ ନିରବ ପାର୍ଥନା କରିଥିଲେ। ପରେ ପାକିସ୍ତାନ ବିରୋଧୀ ବିଭିନ୍ନ ନାରା ଦେବା ସହ ସହିଦ ଯବାନଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବା ଏବଂ ପାକିସ୍ତାନ ବିରୋଧରେ କେନ୍ଦ୍ର ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି କରିଥିଲେ।
ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି:ପାକିସ୍ତାନ ବିରୋଧରେ ଗର୍ଜିଲା ନୂଆପଡ଼ାର ମୁସଲିମ୍ ସମାଜ
/sambad/media/post_attachments/wp-content/uploads/2019/02/nuapda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)