ଭୁବନେଶ୍ବର: ବିଜେଡି ଯେତେବେଳେ ସରକାରରେ ଥିଲା ସେତେବେଳେ ଚର୍ଚ୍ଚା ହୁଏ କି- ନିର୍ବାଚନ ଯେଉଁଠି ବି ହେଉ, ଯେତେବେଳେ ବି ହେଉ ସେଠି ବିଜେଡ଼ି ହିଁ ଜିତିବ । ଆଉ ଯେଉଁଠି ବିଜେଡିର ପଲ୍ଲା ଭାରି ନଥିବ ସେଠି ନବୀନ ଥରେ ପାଦ ଦେଲେ ସବୁ ଭୋଟ ବିଜେଡି ଝୁଲାରେ ଆସି ପଡିବ । ନବୀନଙ୍କର ସାରା ଓଡିଶାରେ କ୍ରେଜ୍ ଅଛି- କୁହାଯାଏ ନବୀନ ହାତ ହଲେଇ ଆଣିବେ ମାନେ ସବୁ ଭୋଟ୍ ତାଙ୍କର । ସେୟା ବି ଗତ କିଛି ବର୍ଷ ଧରି ହେଉଥିଲା । ମାତ୍ର ଯେବେଠୁ ଓଡିଶାରେ ସରକାର ବଦଳିଲାଣି ସେବେ ଠାରୁ ବିଜେଡି ଧିରେଧିରେ ଦୁର୍ବଳ ହେବାରେ ଲାଗିଛି । ସରକାର ବଦଳିବା ପରେ ଏହା ପ୍ରଥମ ଉପନିର୍ବାଚନ ହୋଇଥିବା ବେଳେ ନୂଆପଡା ଥିଲା ସମସ୍ତଙ୍କ ସମ୍ମାନର ପ୍ରଶ୍ନ । ବିଜେପି ପାଇଁ ପ୍ରଥମ ପରୀକ୍ଷା, ବିଜେଡି ପାଇଁ ବଳ ଦେଖାଇବାର ସୁଯୋଗ ଥିଲା । ତେଣୁ ପ୍ରଚାରକୁ ଜୋରଦାର କରିଥିଲା ବିଜେଡି ।
କାମ କଲାନି ନବୀନଙ୍କ କ୍ରେଜ୍
ନୂଆପଡା ବାଜି ଜିତିବାକୁ ବିଜେଡି ନିଜ ଦମ ଲଗେଇଥିଲା । ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବାକୁ ଖୋଦ୍ ପାର୍ଟି ସୁପ୍ରିମୋ ନବୀନ ବି ମଇଦାନକୁ ଓହ୍ଲାଇଥିଲେ । ତାଙ୍କ ପାଇଁ ଭୋଟ୍ ମାଗିଥିଲେ । ନବୀନଙ୍କ ପ୍ରଚାର ରାଲିରେ ପ୍ରବଳ ଜନ ସମାଗମ୍ ଦେଖିବାକୁ ମିଳିଥିଲା । ନିଜର ଏକ ଛୋଟ ଅପରେସନ ପରେ କିଛି ଦିନ ବିଶ୍ରାମ ନେବା ପରେ ପ୍ରଚାରକୁ ଓହ୍ଲାଇଥିଲେ ନବୀନ । ନବୀନଙ୍କ ପ୍ରଚାର ପରେ ଲାଗୁଥିଲା ବାଜି ଓଲଟିଯିବ ବୋଲି । ଏତେ ଗହଳି ଥିଲା ଯେ ଜନମତ ବିଜେଡି ସପକ୍ଷରେ ଯିବ ବୋଲି ବିଜେଡି ନେତାମାନେ କହୁଥିଲେ । ହେଲେ ତାହା ଯେ କେବଳ ନବୀନଙ୍କୁ ଦେଖିବାକୁ ହିଁ ଥିଲା ମାତ୍ର ସେସବୁ ଭୋଟରେ କନଭର୍ଟ ହେବନି ବୋଲି କାହାକୁ ଜଣା ନଥିଲା । ନବୀନଙ୍କର ସାରା ରାଜ୍ୟରେ ଗୋଟେ ଭିନ୍ନ କ୍ରେଜ୍ ରହିଛି ସେହି କ୍ରେଜ୍ ନୂଆପଡାରେ ବି କାମ ଦେବ ବୋଲି ବିଜେଡି ଭାବିଥିଲା ମାତ୍ର ସେସବୁ କିଛି କାମ ଦେଲାନି ବୋଲି ଫଳାଫଳ କହୁଛି ।
ପରାଜୟ ପଛରେ ବିମାନବନ୍ଦର ଭିଡିଓ
ନୂଆପଡା ନିର୍ବାଚନକୁ ନବୀନ ଯେତେବେଳେ ଓହ୍ଲାଇଥିଲେ ସେତେବେଳେ ତାଙ୍କ ପ୍ରଚାର ଭିଡିଓ ଯେତେ ଭାଇରାଲ ହୋଇନଥିଲା ସେତେ ଅଧିକ ଭାଇରାଲ ହୋଇଥିଲା ନବୀନଙ୍କ ବିମାନବନ୍ଦର ଭିଡିଓ । ଯେଉଁଠି ନବୀନ ଧିରେଧିରେ ଚାଲିଚାଲି ଯାଉଥିଲେ । ଦୁଇ ଅଙ୍ଗରକ୍ଷୀଙ୍କ ସାହାଯ୍ୟରେ ଧିରେଧିରେ ଯାଉ ଯାଉ ମଝିରେ ମଝିରେ ରହି ବି ଯାଉଥିଲେ । ଯେଉଁ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହ ନବୀନଙ୍କୁ ଏ ବୟସରେ ବିଶ୍ରାମ ନଦେଇ ପ୍ରଚାର ପାଇଁ କାହିଁକି ଦଳ ନେଉଛି ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତା ସହ ଅନେକ ଲୋକ ନବୀନଙ୍କୁ ସମ୍ମାନ ଜଣାଇ ବିଜେଡିର ନେତାଙ୍କ ଚାଲକୁ ବିରୋଧ କରିଥିଲେ । ବୋଧହୁଏ ସେହି ଭିଡିଓ ଏବଂ ନବୀନଙ୍କୁ ବିଶ୍ରାମ ନଦେଇ ଏ ଅବସ୍ଥାରେ ପ୍ରଚାରକୁ ନେଇଥିବା ଦଳକୁ ଲୋକେ ବିରୋଧ କରି ହରାଇ ଥାଇ ପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି ।
ପରାଜୟ ପଛରେ ‘ବେଇମାନ’ ପଲିଟିକ୍ସ !
ବିଜେଡି ପାଇଁ ନୂଆପଡ଼ା ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ । ଦୀର୍ଘଦିନ ପରେ କୌଣସି ଏକ ସଭାକୁ ସମ୍ବୋଧନ କରିବା ସମୟରେ ମଞ୍ଚରେ ଆଞ୍ଚ ଲଗାଇ ନବୀନ କହିଥିଲେ - ଆପଣଙ୍କୁ ଭଲ ଭାବେ ଜଣାଅଛି, ଆପଣଙ୍କ ସହ, ବିଜେଡି ସହ ଆଉ ମୋ ସହ ବେଇମାନୀ ହେଲା । ମୋତେ ଜଣାଅଛି ଏହାକୁ ନେଇ ଆପଣଙ୍କ ମନରେ ଦୁଃଖ ଅଛି । ଏହାର ବଦଲା ମଧ୍ୟ ଆପଣମାନେ ନେବେ । ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି । ଏଇ ବେଇମାନୀ କଥା ଶୁଣି ଜୟ ମଞ୍ଚରେ କାନ୍ଦୁଥିବା ବି ଦେଖିବାକୁ ମିଳିଥିଲା । ତେଣୁ ନବୀନଙ୍କ ଏହି ଶବ୍ଦ ପରାଜୟର ଶାସ୍ତି ବି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ଏମିତି କହିଲେ ବିଜୟ...
ସେପଟେ ବିଜୟ ମହାପାତ୍ର କହିଛନ୍ତି ଯେ, "ନବୀନ ନୂଆପଡ଼ା ନଯାଇଥିଲେ ତାଙ୍କ କ୍ରେଜ୍ ଆହୁରି ବଢ଼ିଥାଆନ୍ତା ଓ ବିଜେଡି ଅଧିକ ଭୋଟ ପାଇଥାଆନ୍ତା । ନିର୍ବାଚନ ରଣନୀତି ଦୃଷ୍ଟିରୁ ସେ ନୂଆପଡ଼ା ଯିବାର ନଥିଲା । ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପାଇଁ ଏକ ସୁଯୋଗ ଥିଲା । କଂଗ୍ରେସର ରଣନୀତି ଠିକ୍ ଥିବା ଭଳି ମୋର ଅନୁମାନ ହେଉନି । ଏଭଳି ଏକ ଉପନିର୍ବାଚନକୁ ଯେଭଳି ସାମ୍ନା କରିବା କଥା ସେଭଳି ସାମ୍ନା କରିନାହିଁ । କଂଗ୍ରେସ ଦଳ ଚାହିଥିଲେ ଆହୁରି ଭଲ ପ୍ରସ୍ତୁତି କରିପାରିଥାଆନ୍ତା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/14/naveen-2025-11-14-21-11-18.jpg)