ନୂଆପଡ଼ା : ଆଜି ଜଗତଜନନୀ ମା ଦୁର୍ଗା ଧରାପୃଷ୍ଠକୁ ଅବତରଣ କରି ସାରିଛନ୍ତି। ମାଙ୍କ ପୂଜା ପାଇଁ ଗାଁକୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ନୂଆପଡ଼ା ସହର ୱାଡ ନଂ ୧୨ ସିରତୋଲରେ ୨୯ ତମ ଦୁର୍ଗାପୂଜା ଖୁବ ଜାକ୍ ଜମକରେ ଆରମ୍ଭ ହୋଇଛି।

Advertisment

ଚଳିତ ବର୍ଷ ମା ଦୁର୍ଗତୀ ନାଶିନୀ ଦୁର୍ଗା ସୁନା ଓ ରୂପା ଅଳଙ୍କାରରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆଜି ମା ଦଶଭୁଜା ଦୁର୍ଗାଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଛି।ଏଥି ପାଇଁ ସହରର ମୁଖ୍ୟବସ୍ତି ସିରତୋଲ ଉତ୍ସବ ମୁଖର ହୋଇପଡିଛି। ଏହି ପୂଜାକୁ ମହା ଆଡମ୍ବରରେ ପାଳନ କରିବା ପାଇଁ ଆୟୋଜକ ଜୋରଦାର ପ୍ରସ୍ତୁତି କରିଛନ୍ତି। କିମିଟି ପକ୍ଷରୁ କଳସ ଯାତ୍ରା ବାହାରି ସହର ପରିକ୍ରମା କରି ପୋଖରୀରେ ପୂଜା ଅର୍ଚ୍ଚନା କରି କଳସରେ ଜଳପୂର୍ଣ୍ଣ କରିଥିଲେ। ସେହି ଜଳ ପୂର୍ଣ୍ଣ କଳସକୁ ପୂଜା ମଣ୍ତପରେ ଧୂପଦୀପ, ନୈବଦ୍ୟରେ ପୂଜା ଅର୍ଚ୍ଚନା କରି ସ୍ଥାପନ କରି ପୂଜା ପାଇଁ ଅଧିବାସ ଆରମ୍ଭ ହୋଇଥିଲା। ଆଜି ଠାରୁ ମାଁଙ୍କ ମହାନବରାତ୍ରୀ ପୂଜା ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ରଥମ କରି ମାଙ୍କୁ ୩ଲକ୍ଷ ଟଙ୍କାରେ ସୁନା ଓ ରୂପା ଆଭୁଷଣରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିରେ ଅଢେଇ କେଜି ରୂପାରେ ମାଁଙ୍କ ତାରକାଶୀ ମୁକୁଟ, ଗଳାହାର ଓ ଅଣ୍ଟା ସୂତା ତିଆରି ହୋଇଛି।

ସେହିପରି ଗୋଟିଏ ଭରି ସୁନାରେ ମାଙ୍କ ନଥୁଣି ଓ ମଥାମଣି ଲଗାଇ ସୁଶୋଭିତ ପାଉଛନ୍ତି। ମାଙ୍କ ସୁନା ଓ ରୂପାରେ ଆଭୁଷିତ ବେଶକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ଜମୁଛି। ସନ୍ଧ୍ୟାରେ ମାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ ଆରମ୍ଭ ହୋଇଛି। ଭକ୍ତମାନେ ମାଙ୍କ ଦର୍ଶନ ଲାଭ କରି ଆଶିର୍ବାଦ ଭିକ୍ଷା କରୁଛନ୍ତି। ସୁସଜ୍ଜିତ ଉଚ୍ଚ ତୋରଣ ଓ ଆଳୋକମାଳାରେ ବସ୍ତି ଝଳସି ଉଠୁଛି। ଏଭଳି ଦର୍ଶହରା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସହ ଦେଖା ଦେଇଥିବା ବେଳେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।  ଦାଣ୍ତିଆ ନୃତ୍ୟ ଆରମ୍ଭ ହୋଇଛି। ଏହା ଆଗାମୀ ୯ ଦିନ ଧରି ଚାଲିବାରେ କାର୍ଯ୍ୟକ୍ରମ ରହିଛି। ଏଥି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଦାଣ୍ତିଆ ଗୀତର ତାଳେ ତାଳେ ଯୁବକ ଓ ଯୁବତୀମାନେ ଝୁମି ଉଠିଥାନ୍ତି। ଏହି ଅବସରରେ ୨୦୧ ଦୀପଦାନ ଆରମ୍ଭ ହୋଇଛି। ଏହି ଅଖଣ୍ତ ଦୀପ ୧୦ ଦିନ ଧରି ନିରନ୍ତର ଭାବେ ଜଳିବାକୁ ରହିଛି।ପଡୋଶୀ ଛତିଶଗଡ ରାଜ୍ୟ  ସରପୁର ସୁଆନାଚ, ଧନତରୀର ସ୍ବରାଂଜଳୀ ଛତିଶଗଡି ଲୋକକଳା, ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ରହିଛି। ଜୟଦେବ ପଣ୍ତା, ସଂସାର ପଣ୍ତା ଓ ବିକାଶ ପଣ୍ତା ପୂଜକାର୍ଯ୍ୟ ସମ୍ପାଦନା କରୁଛନ୍ତି।  ୯ଦିନ ଧରି ଏହି ନବରାତ୍ରୀ  ଧୁମଧାମରେ ଅନୁଷ୍ଠିତ ହେବ । ବୋଲି କମିଟି ସଭାପତି ଟିକେଶ୍ବର ଦଣ୍ଡସେନା ଓ ସଂପାଦକ ଭୂପେନ୍ଦ ଦେବାଙ୍ଗନ ସୂଚନା ଦେଇଛନ୍ତି । ଉପସଭାପତି ମହେନ୍ଦ୍ର ସାହୁ, କୋଷାଧକ୍ଷ ପପୁ ଦଣ୍ଡସେନା ପରିଚାଳନାରେ ସହାୟତା କରୁଛନ୍ତି । ଏହି ପୂଜାରେ ଅଶୋକ ଦେବାଙ୍ଗନ ଓ ରାନୀ ଦେବାଙ୍ଗନ କର୍ତ୍ତା ଦାୟିତ୍ବ ନିର୍ବାହ କରିବେ ।