ନୂଆପଡ଼ା ଉପନିର୍ବାଚନ ଏବଂ ବିହାର ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଆଜି ହେଉଛି। ଷ୍ଟ୍ରଙ୍ଗ ରୁମରେ ସିଲ୍ ହୋଇଥିବା ଇଭିଏମ୍ ଖୋଲୁଛି। ଶୁକ୍ରବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେଉଛି ଏବଂ ଭୋଟ୍ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ।
୮୩.୪୫ ପ୍ରତିଶତ ମତଦାନ
ଭୋଟ୍ ଗଣତି ନେଇ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର କହିଛନ୍ତି, ଚଳିତ ନୂଆପଡ଼ା ଉପନିର୍ବାଚନରେ ୨,୫୪,୪୮୭ ଜଣ ମତଦାତା ଥିଲେ। ସେମାନଙ୍କର ମଧ୍ୟରୁ ମୋଟ୍ ୨,୧୨,୩୮୫ଜଣ ମତଦାନ କରିଥିଲେ। ଏଥିରେ ପୁରୁଷ ସଂଖ୍ୟା ୧,୦୩, ୮୧୭ ଥବା ବେଳେ ୧,୦୮,୫୬୩ ଜଣ ମହିଳା ଥିଲେ। ସେହିପରି ଅନ୍ୟ ବର୍ଗର ମତଦାତା ମାନଙ୍କର ସଂଖ୍ୟା ୫ଥିଲା। ମୋଟ୍ ୮୩.୪୫% ମତଦାନ ହୋଇଛି।
ବ୍ୟାପକ ସୁରକ୍ଷା ବ୍ୟବସ୍ଥାରେ ଇଭିଏମ୍
ନୂଆପଡ଼ାରେ ଗତ ୧୧ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହିତ ଭୋଟିଂ ହୋଇଥିଲା। ଏହା ସୂଚାରୁ ରୂପେ ସଂପର୍ଣ୍ଣ ହୋଇଥିଲା।ଜିଲ୍ଲା ପୁଲିସ ଏବଂ କେନ୍ଦ୍ରୀୟ ପୁଲିସ ସୁରକ୍ଷା ଦେଇଥିଲେ। କୌଣସି ସ୍ଥାନରେ ବିଶୃଙ୍ଖଳା ହୋଇ ନଥିଲା। ସୁରକ୍ଷା ବ୍ୟବସ୍ଥା ଭଲ କରାଯାଇଥିଲା। ଆସନ୍ତା ୧୪ ତାରିଖରେ ମତ ଗଣତି ହେବ। ସମସ୍ତ ପୋଲ ଇଭିଏମ ସିଲ ହୋଇ ଷ୍ଟ୍ରଙ୍ଗରୁମ୍ରେ ରହିଛି। ଏହାକୁ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇଭିଏମ୍କୁ ଲାଗିଥିବା ସୁରକ୍ଷା ବ୍ୟବସ୍ଥା ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ (ସିଏପିଏଫ୍) ତତ୍ବାବଧାନରେ ଅଛି।
ଭାରତର ନିର୍ବାଚନ କମିଶନ ୧୮ତମ ବିହାର ବିଧାନସଭା ପାଇଁ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଯଥାକ୍ରମେ ନଭେମ୍ବର ୬ ଏବଂ ୧୧ ତାରିଖରେ କରିଥିଲେ। ସମସ୍ତ ୨୪୩ ଆସନ ପାଇଁ ଭୋଟ୍ ଗଣତି ଆଜି ହେଉଛି। ରାଜ୍ୟର ୩୮ଟି ଜିଲ୍ଲାର ୪୬ଟି ଗଣତି କେନ୍ଦ୍ରରେ ସକାଳ ୮ଟାରେ ଗଣତି ଆରମ୍ଭ ହେଉଛି। ଏହି ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏବଂ ରାଷ୍ଟ୍ରୀୟ ଜନତା ଦଳ ନେତୃତ୍ୱାଧୀନ ମହାଗଠବନ୍ଧନ ମଧ୍ୟରେ ଏକ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଆଶା କରାଯାଉଛି।
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Nov 14, 2025 10:20 IST
ପଞ୍ଚମ ରାଉଣ୍ଡ ଗଣତି ଶେଷ: ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୨୫ ହଜାର ୧୯୫ ଭୋଟରେ ଆଗୁଆ
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନର ପଞ୍ଚମ ରାଉଣ୍ଡ ଫଳାଫଳ ସାମ୍ନାକୁ ଆସିଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୨୫ ହଜାର ୧୯୫ ଭୋଟରେ ଆଗୁଆ ରହିଛନ୍ତି। ଅନ୍ୟପକ୍ଷରେ ପଞ୍ଚମ ରାଉଣ୍ଡ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦ୍ବିତୀୟ ସ୍ଥାନ(୬୭୯୭ଭୋଟ୍)ରେ ଓ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ(୬୫୩୮ ଭୋଟ୍)ରେ ତୃତୀୟ ସ୍ଥାନରେ ରହିଛନ୍ତି।
- Nov 14, 2025 10:10 IST
ଖେଳ କଲେ ନିତିଶ କୁମାର
ପାଟନା: ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ଟ୍ରେଣ୍ଡ ଆସିବା ଆରମ୍ଭ ହୋଇଛି। ଟ୍ରେଣ୍ଡ ସୂଚାଇ ଦେଉଛି ଯେ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ରିପୋର୍ଟ ଲେଖାଯିବା ବେଳକୁ ବିଜେପି ୬୮ଟି ଆସନରେ ଆଗୁଆ ଥିବା ବେଳେ ଜେଡିୟୁ ୭୩ଟି ଆସନରେ ଆଗରେ ଅଛି। ଏହା ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ଜେଡିୟୁ ବିନା ବିଜେପି ସରକାର ଗଠନ କରିବ ନାହିଁ। ମହାଗଠବନ୍ଧନ ଏକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି।
- Nov 14, 2025 10:05 IST
ଚତୁର୍ଥ ରାଉଣ୍ଡ ଗଣତି ଶେଷ: ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୮ ହଜାର ୯୦୩ ଭୋଟରେ ଆଗୁଆ
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନର ଚତୁର୍ଥ ରାଉଣ୍ଡ ଫଳାଫଳ ସାମ୍ନାକୁ ଆସିଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୮ ହଜାର ୯୦୩ ଭୋଟରେ ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୪୩୫୭ ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଏବେ ତୃତୀୟ ସ୍ଥାନ(୫୩୨୦ଭୋଟ୍)କୁ ଖସିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ତୃତୀୟ ସ୍ଥାନରୁ ଦ୍ବିତୀୟ ସ୍ଥାନ(୬୦୮୮ଭୋଟ୍)କୁ ଆସିଛନ୍ତି।
- Nov 14, 2025 09:55 IST
ତୃତୀୟ ରାଉଣ୍ଡ ଗଣତି ଶେଷ: ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୦ ହଜାର ୧୩ ଭୋଟରେ ଆଗୁଆ
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୦ ହଜାର ୧୩ ଭୋଟରେ ଆଗୁଆ ରହିଛନ୍ତି। ତେଣେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୪୩୭୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୪୩୫୭ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୩୫୩୦ ଭୋଟ୍ ପାଇଛନ୍ତି।
/fit-in/580x348/filters:format(webp)/sambad/media/media_files/2025/11/14/jay-dholkia-2025-11-14-09-30-38.jpg)
Jay Dholkia Photograph: (sambad.in) - Nov 14, 2025 09:49 IST
ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୭୪୧୩ ଭୋଟରେ ଆଗୁଆ
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନର ଦ୍ବିତୀୟ ରାଉଣ୍ଡ ରାଉଣ୍ଡ ଗଣତି ଫଳାଫଳ ସାମ୍ନାକୁ ଆସିଛି। ରହିଛନ୍ତି। ତେଣେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୦୪୩୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୦୨୩ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୨୩୪ ଭୋଟ୍ ପାଇଛନ୍ତି।
/fit-in/580x348/filters:format(webp)/sambad/media/media_files/2025/11/14/jay-dholkia-2025-11-14-09-30-38.jpg)
Jay Dholkia Photograph: (sambad.in) - Nov 14, 2025 09:30 IST
ନୂଆପଡ଼ା ନିର୍ବାଚନ: ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ
ନୂଆପଡ଼ା ଉପନିର୍ବାଚନ ପାଇଁ ମତଗଣନା ଜାରି ରହିଛି। ପ୍ରାରମ୍ଭିକ ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ଅଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ସ୍ନେହାଙ୍ଗିନୀ ଛୁରୁଆ ଦ୍ବିତୀୟ ସ୍ଥାନରେ ଅଛନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୩୫୪୭ ଭୋଟରେ ଆଗୁଆ ଅଛନ୍ତି।ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି। ଷ୍ଟ୍ରଙ୍ଗ ରୁମରେ ସିଲ୍ ହୋଇଥିବା ଇଭିଏମ୍ ଖୋଲାଯାଇଛି। ଏକାସାଙ୍ଗେ ପୋଷ୍ଟାଲ୍ ବାଲାଟ୍ ଓ ଇଭିଏମ୍ ଗଣତି ଚାଲିଛି।
/fit-in/580x348/filters:format(webp)/sambad/media/media_files/2025/11/14/jay-dholkia-2025-11-14-09-30-38.jpg)
Jay Dholkia Photograph: (sambad.in) - Nov 14, 2025 09:27 IST
୧୩୨ ଆସନରେ ଏନ୍ଡିଏ ଆଗୁଆ
ବିହାର ନିର୍ବାଚନ ପାଇଁ ମତଗଣନା ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଏନ୍ଡିଏ ଆଗରେ ଥିବା ବେଳେ ମହାମେଣ୍ଟ ପଛରେ ପଡ଼ିଛି। ରିପୋର୍ଟ ଲେଖାଯିବା ବେଳକୁ ୨୪୩ରୁ ଏନ୍ଡିଏ ୧୩୨ଟି ଆସନରେ ଆଗୁଆ ରହିଛି। ମହାମେଣ୍ଟ ୭୨ଟି ଆସନରେ ଆଗୁଆ ରହିଛି। ଅନ୍ୟ ଦଳ ୫ଟି ଆସନରେ ଆଗୁଆ ଅଛି।
/fit-in/580x348/filters:format(webp)/sambad/media/media_files/2025/11/14/nda-2025-11-14-09-05-08.jpg)
Photograph: (sambad.in) - Nov 14, 2025 08:58 IST
ଉତ୍ସାହଜନକ ସ୍ଥିତିରେ ନାହିଁ ଚିରାଗ ପାସୱାନଙ୍କ ଦଳ
ବିହାରରେ ମତଗଣନା ଜାରି ରହିଛି। ବିହାର ନିର୍ବାଚନ ଟ୍ରେଣ୍ଡରେ ଏନ୍ଡିଏ ଆଗୁଆ, ଚିରାଗ ପାସୱାନଙ୍କ ଦଳ ସ୍ଥିତି ଉତ୍ସାହ ଜନକ ହୋଇନାହିଁ। ପ୍ରଥମ ଥର ପାଇଁ ତାରାପୁରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ ତଥା ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ତାରାପୁର ବିଧାନସଭା ଆସନରେ ପଛୁଆ ଅଛନ୍ତି।
/fit-in/580x348/filters:format(webp)/sambad/media/media_files/2025/11/14/bihar-trend-2025-11-14-08-22-59.jpg)
Bihar assembly election vote counting. Photograph: (sambad.in) - Nov 14, 2025 08:45 IST
୧୦୦ ଆସନରେ ଏନ୍ଡିଏ ଆଗୁଆ
ବିହାର ନିର୍ବାଚନ ପାଇଁ ମତଗଣନା ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଏନ୍ଡିଏ ଆଗରେ ଥିବା ବେଳେ ମହାମେଣ୍ଟ ପଛରେ ପଡ଼ିଛି। ରିପୋର୍ଟ ଲେଖାଯିବା ବେଳକୁ ୨୪୩ରୁ ଏନ୍ଡିଏ ୧୦୦ଟି ଆସନରେ ଆଗୁଆ ରହିଛି। ମହାମେଣ୍ଟ ୫୫ଟି ଆସନରେ ଆଗୁଆ ରହିଛି। ଅନ୍ୟ ଦଳ ୧୦ଟି ଆସନରେ ଆଗୁଆ ଅଛି।
/fit-in/580x348/filters:format(webp)/sambad/media/media_files/2025/11/14/bihar-trend-2025-11-14-08-22-59.jpg)
Bihar assembly election vote counting. Photograph: (sambad.in) - Nov 14, 2025 08:30 IST
ମୌଥିଲି ଠାକୁର-ଅନନ୍ତ ସିଂ, ତେଜସ୍ୱୀ ଯାଦବ ଆଗରେ
ବିହାର ନିର୍ବାଚନ: ବାଲାଟ ଭୋଟ୍ ଗଣନା ଜାରି। ମୌଥିଲି ଠାକୁର-ଅନନ୍ତ ସିଂ, ତେଜସ୍ୱୀ ଯାଦବ ଆଗରେ।
- Nov 14, 2025 08:23 IST
ବିହାରରେ ପ୍ରାରମ୍ଭିକ ଟ୍ରେଣ୍ଡ: ଏନ୍ଡିଏ ଆଗରେ, ମହାମେଣ୍ଟ ପଛରେ
ବିହାର ନିର୍ବାଚନ ପାଇଁ ମତଗଣନା ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଏନ୍ଡିଏ ଆଗରେ ଥିବା ବେଳେ ମହାମେଣ୍ଟ ପଛରେ ପଡ଼ିଛି। ରିପୋର୍ଟ ଲେଖାଯିବା ବେଳକୁ ୨୪୩ରୁ ଏନ୍ଡିଏ ୪୦ଟି ଆସନରେ ଆଗୁଆ ରହିଛି। ମହାମେଣ୍ଟ ୨୩ଟି ଆସନରେ ଆଗୁଆ ରହିଛି। ଅନ୍ୟ ଦଳ ୭ଟି ଆସନରେ ଆଗୁଆ ଅଛି।
/fit-in/580x348/filters:format(webp)/sambad/media/media_files/2025/11/14/bihar-trend-2025-11-14-08-22-59.jpg)
Bihar assembly election vote counting. Photograph: (sambad.in) - Nov 14, 2025 08:12 IST
ଆମେ ସରକାର ଗଠନ କରୁଛୁ: ତେଜସ୍ବୀ
ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ଏବଂ ରାଘୋପୁର ବିଧାନସଭା ଆସନରୁ ଆରଜେଡି ପ୍ରାର୍ଥୀ ତେଜସ୍ୱୀ ଯାଦବ ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଭୋଟ ଗଣତି ଉପରେ କହିଛନ୍ତି, ଆମେ ଜିତିବୁ। ପରିବର୍ତ୍ତନ ହେବ। ଆମେ ସରକାର ଗଠନ କରୁଛୁ।
- Nov 14, 2025 08:08 IST
କମ୍ ସମୟ ମଧ୍ୟରେ ଆସିବ ପ୍ରଥମ ରାଉଣ୍ଡର ଗଣତି ଫଳ
ଉଭୟ ନୂଆପଡ଼ା ଏବଂ ବିହାର ବିଧାନସଭା ନିର୍ବାଚନ ପାଇଁ ମତଗଣନା ଆରମ୍ଭ ହୋଇଯାଇଛି। ଅଳ୍ପ ସମୟ ମଧ୍ୟରେ ମତଗଣନାର ଫଳ ଆସିଯିବ। ରାଜନୈତିକ ନେତାଙ୍କ ସମେତ ଅନ୍ୟମାନେ ମଧ୍ୟ ଏହାକୁ ଅପେକ୍ଷା କରିଛନ୍ତି।
- Nov 14, 2025 08:03 IST
ଚୋରି ନକରି ବିଜେପି କୌଣସି ନିର୍ବାଚନ ଜିତିପାରିବନି: ପପୁ ଯାଦବ
ବିହାର ନିର୍ବାଚନ ଭୋଟ ଗଣତି ପୂର୍ବରୁ ପପୁ ଯାଦବ ବିଜେପି ଉପରେ ଆକ୍ରମଣ କରିଛନ୍ତି। ବିହାରରେ ଭୋଟ ଗଣତି ପୂର୍ବରୁ ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପୁ ଯାଦବ କହିଛନ୍ତି, ମିଛ ଏବଂ ଚୋରି ନକରି ବିଜେପି କୌଣସି ନିର୍ବାଚନ ଜିତିପାରିବ ନାହିଁ। ବିଜେପି ନୀତିଶ କୁମାର ସରକାରକୁ ବଦଳାଇ ବିଜେପି ସରକାର ଗଠନ କରିବାକୁ ମଧ୍ୟ ସର୍ବୋତ୍ତମ ଚେଷ୍ଟା କରିଥିଲା... ମହିଳା ଏବଂ ଯୁବକମାନେ ଭାରତ ମେଣ୍ଟକୁ ଭୋଟ ଦେଇଥିଲେ, କିନ୍ତୁ ଆପଣ (ବିଜେପି) କେଉଁ ଆଧାରରେ କହୁଛନ୍ତି ଯେ ସେମାନଙ୍କର ସରକାର ଗଠନ ହେବ? ଯୁବପିଢ଼ି ପରିବର୍ତ୍ତନ ଚାହାଁନ୍ତି...
- Nov 14, 2025 07:54 IST
ଦେଶର ୮ଟି ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନର ଫଳ ଆସିବ ଆଜି
ଦେଶ ବିହାର ବିଧାନସଭା ନିର୍ବାଚନର ଫଳାଫଳକୁ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ନିର୍ବାଚନ କମିସନ ଆଜି ଅନେକ ରାଜ୍ୟରେ ଉପନିର୍ବାଚନର ଫଳାଫଳ ମଧ୍ୟ ଘୋଷଣା କରିବେ। ତେଲେଙ୍ଗାନା ଏବଂ ଜମ୍ମୁ କଶ୍ମୀର ସମେତ ଛଅଟି ରାଜ୍ୟର ଆଠଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଖୁବ୍ ଶୀଘ୍ର ଘୋଷଣା କରାଯିବ। ରାଜସ୍ଥାନର ଅଣ୍ଟା, ଝାଡ଼ଖଣ୍ଡର ଘାଟଶିଲା, ପଞ୍ଜାବର ତରନତାରନ, ତେଲେଙ୍ଗାନାର ଜୁବିଲି ହିଲ୍ସ, ମିଜୋରାମର ଡମ୍ପା, ଓଡ଼ିଶାର ନୂଆପଡ଼ା ଏବଂ ଜମ୍ମୁ-କାଶ୍ମୀରର ବଡଗାମ ଏବଂ ନାଗ୍ରୋଟା ପାଇଁ ଆଜି ଫଳାଫଳ ଘୋଷଣା କରାଯିବ।
- Nov 14, 2025 07:39 IST
ବିହାର ପରିବର୍ତ୍ତନ ଆଡକୁ ଗତି କରୁଛି: ମନୋଜ ଝା
ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ପୂର୍ବରୁ, ଆରଜେଡି ନେତା ମନୋଜ ଝା କହିଛନ୍ତି, ବିହାର ପରିବର୍ତ୍ତନ ଆଡକୁ ଗତି କରୁଛି। ମଧ୍ୟାହ୍ନ ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ତେଜସ୍ୱୀଙ୍କ ନେତୃତ୍ୱରେ, ମହାଗଠବନ୍ଧନ ସହିତ ପରିବର୍ତ୍ତନ ଆସିବ...
- Nov 14, 2025 07:09 IST
ତେଜସ୍ୱୀ ଯାଦବ ହତାଶ ହୋଇଛନ୍ତି: ବିହାର ଉପମୁଖ୍ୟମନ୍ତ୍ରୀ
ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା କହିଛନ୍ତି, ଆଜି ଗଣତନ୍ତ୍ରର ମହାନ ପର୍ବର ସବୁଠାରୁ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜିର ଫଳାଫଳ କେବଳ ବିହାର ପାଇଁ ନୁହେଁ ବରଂ ଦେଶ ପାଇଁ ଶୁଭ ହେବ। ବିହାର ଏକ ଉଦାହରଣ ସୃଷ୍ଟି କରିବ। ଜନତା ହେଉଛନ୍ତି ମାଲିକ, ଜନତା ନିଷ୍ପତ୍ତି ନେବେ। ବିହାରର ଲୋକମାନେ ଏହି ପରିବାରବାଦବାଦୀ ଲୋକଙ୍କ... ଜଙ୍ଗଲ ରାଜକୁମାରଙ୍କ ପରିବାରବାଦକୁ କେବେ ଗ୍ରହଣ କରିବେ ନାହିଁ। ବିହାରୀ ଅପମାନ ହେବା ଉଚିତ୍ ନୁହେଁ। ଯେଉଁମାନେ ଏହାକୁ ଅପମାନ କରିଛନ୍ତି ସେମାନେ ତାଙ୍କଠାରୁ ଦୂରେଇ ରହିବା ଉଚିତ୍। ତେଜସ୍ୱୀ ଯାଦବ ହତାଶ ହୋଇଛନ୍ତି ଏବଂ ହତାଶାରେ ଏହି ଲୋକମାନେ ଧମକ ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/14/janadesha-2025-11-14-07-03-34.jpg)