ନୂଆପଡ଼ା: ନୂଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ୨୦୧୮-୧୯ ବର୍ଷ ନିମନ୍ତେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ସଂସ୍ଥା, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଏହା ଆସନ୍ତା ୧୦ ତାରିଖ ଦିନ ପ୍ରଦାନ କରାଯିବ। ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରବର୍ତ୍ତନ ଓ ଉତ୍ତମ କାର୍ଯ୍ୟ ନିମନ୍ତେ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥାଏ।
ସୋହେଲା ବ୍ଲକରେ ହେମସାଗର ମହାନନ୍ଦ ଗୋଷ୍ଠୀ ଶିକ୍ଷା ଅଧିକାରୀ ହିସାବରେ ଅବସ୍ଥାପିତ ଥିବା ବେଳେ ଶିକ୍ଷା କ୍ଷେତ୍ରରେ ଅନେକ ଅଭିନବ ଓ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ଅସ୍ଥାଭାଜନ ହୋଇଥିଲେ। ସୋହେଲା ବ୍ଲକକୁ ଶୈକ୍ଷିକ କ୍ଷେତ୍ରରେ ରାଜ୍ୟରେ ଏକ ଅଗ୍ରଣୀ ବ୍ଲକ ରୁପେ ଅବସ୍ଥାପିତ କରି ପାରିଥିଲେ। ତାଙ୍କ ସମୟରେ ମୋ ସ୍କୁଲ ଅଭିଯାନରେ ସୋହେଲା ବ୍ଲକରେ ପାଖାପାଖି ଏକ କୋଟି ଟଙ୍କା, ବିଭିନ୍ନ ପୁରାତନ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କଠାରୁ ସଂଗ୍ରହ କରି ବ୍ଲକରେ ତିନି କୋଟି ଟଙ୍କାର ପାଣ୍ଠି ଦ୍ଵାରା ଅନେକ ଶୈକ୍ଷିକ ଭିତ୍ତିଭୂମିର ବିକାଶ ସାଧନ ହୋଇ ପାରିଥିଲା। ବିଦ୍ୟାଳୟଗୁଡ଼ିକରେ ଉତ୍ତମ ଶିକ୍ଷାଦାନକୁ ସୁନିଶ୍ଚିତ କରାଯିବା ଫଳରେ ସୋହେଲା ବ୍ଲକର ଅନେକ ଛାତ୍ରଛାତ୍ରୀ ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ କୃତିତ୍ୱ ହାସଲ କରି ପାରିଥିଲେ।
ଏହି ଜାତୀୟ ପୁରସ୍କାରର ସମସ୍ତ ଶ୍ରେୟକୁ ସେ ସୋହେଲା ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ସି ଆର୍ ସି ସି, ମୋ ସ୍କୁଲ୍ ଅଭିଯାନର ଦାନକର୍ତ୍ତା, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ବୁଦ୍ଧିଜୀବୀ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
ଜାତୀୟ ପୁରସ୍କାର ପାଇବାକୁ ନୂଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମନୋନୀତ
/sambad/media/post_attachments/wp-content/uploads/2022/02/2ca41808-8cd6-4162-9995-f18c86dea39f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)