ନୂଆପଡ଼ାରେ ଚଳିତବର୍ଷ ଖରିଫ ଚାଷରେ ୧୪ ହଜାର ନୂଆଚାଷୀ, ୩୩ ହଜାର ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଚଳିତବର୍ଷ ଚାଷୀଙ୍କ ଖରିଫ ଧାନ ଅମଳ ହେବା ସମୟ ଆରମ୍ଭ ହୋଇଥିବା ବେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀଙ୍କ ଧାନ କ୍ରିୟ କରିବା ପାଇଁ ସବୁପ୍ରକାର ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ନଭେମ୍ବର ପ୍ରଥମ ସପ୍ତାହରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାଡିଛି। ଚଳିତବର୍ଷ ମଧ୍ୟ ସରକାର କୋଭିଡ୍ -୧୯ ନିୟମ ଅନୁଯାୟୀ ଧାନ କ୍ରିୟ କରାଯିବ ବୋଲି ଜଣାପଡ଼ିଛି। ଜିଲ୍ଲା ଖରିଫ ଧାନ ବିକ୍ରି ପାଇଁ ୧୪ ହଜାର ୪୧୨ ଜଣ ଚାଷୀ ନୂତନ ଭାବେ ପଞ୍ଜିକୃତ କରିଥିବା ବେଳେ ୧୯ ହଜାର ୩୨୯ ଜଣ ଚାଷୀ ନବୀକରଣ କରିଛନ୍ତି। ଜିଲ୍ଲାରେ ମୋଟ ୨୮ ହଜାର୨୦୯ ଜଣ ଚାଷୀ ୨୬ଟି ପେକ୍ସରେ ପଞ୍ଜିକୃତ କରିଛନ୍ତି। ସେହିପରି ୧୫ଟି ଏସଏଚଜି ଗ୍ରୁପରେ ୫ ହଜାର ୫୩୨ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି।

ନୂଆପଡ଼ା ଜିଲ୍ଲା ଚଳିତ ବର୍ଷ ତୁକୁଲା ପେକ୍ସରେ ୨୦୬ ଜଣ ନୂଆ ଚାଷୀ ପଞ୍ଜିକୃତ କରିଥିବା ବେଳେ ୧୨୬ ଜଣ ନବୀକରଣ କରିଛନ୍ତି। ସେପରି ତରବୋଡ଼ ମଣ୍ଡିରେ ୬୩୫ ନୂଆ ଚାଷୀ ଥିବା ବେଳେ ୬୨୯ ନବୀକରଣ କରିବା ସହ ସିନାପାଲିରେ ୨୬୪ ନୂଆ ଚାଷୀ ଥିବା ବେଳେ ୫୭୯ ନବିକରଣ , ସାରାବଙ୍ଗରେ୪୮୮ ନୂତନ ଚାଷୀ ପଞ୍ଜିକୃତ କରିଥିବା ‌ ବେଳେ ୯୬୫ ନବୀକରଣ କରିଛନ୍ତି।

ପେଣ୍ଡରାବନ୍ଧରେ ୩୬୧ ନୂଆ ଚାଷୀ ଓ ୨୮୪ ନବୀକରଣ, ପରକୋଡ଼ରେ ୩୩୦ ନୂଆ ଚାଷୀ ଓ ୧୧୯୪ ନବୀକରଣ, ନୂଆପଡ଼ାରେ ୫୧୩ ନୂଆ ଚାଷୀ, ୧୧୨୭ ନବୀକରଣ, ନିଲିଜୀରେ ୩୭୯ ଜଣ ନୂଆ ଚାଷୀ, ୭୪୧ ନବୀକରଣ, ଲର୍କାରେ ୪୨୨ ନୂଆ ଚାଷୀ, ୭୪୫ ନବୀକରଣ, କୁଲିଆବନ୍ଧାରେ ୮୦୬ ନୂଆ ଚାଷୀ ଓ ୧୧୮୫ ନବୀକରଣ, କୋମନାରେ ୫୦୦ ନୂଆ ଚାଷୀ, ୪୧୮ ନବୀକରଣ, ଖରିଆର ରୋଡ଼ରେ ୧୮୩ ନୂଆ ଚାଷୀ ଓ ୧୩୭୯ ନବୀକରଣ, ଖଡ଼ିଆଳରେ ୧୪୧ ନୂଆ ଚାଷୀ, ୩୧୨ ନବୀକରଣ, ଖଇରାରେ ୪୦୩ ନୂଆ ଚାଷୀ, ୫୨୪ ନବୀକରଣ, କେନ୍ଦୁମୁଣ୍ଡାରେ ୨୨୭ ନୂଆ ଚାଷୀ ୩୧୬ ନବୀକରଣ, କରଙ୍ଗାମାଲରେ ୪୦୮ ନୂଆ ଚାଷୀ, ୪୮୭ ନବୀକରଣ, ହାତୀବନ୍ଧାରେ ୩୩୭ ନୂଆ ଚାଷୀ, ୬୩୯ ନବୀକରଣ, ଡମଝରରେ ୩୯୨ ନୂଆ ଚାଷୀ, ୩୪୬ ନବୀକରଣ, ଧରମବନ୍ଧାରେ ୩୧୭ ନୂଆ ଚାଷୀ, ୪୭୩ ନବୀକରଣ, ଦର୍ଲିମୁଣ୍ଡାରେ ୫୪୪ ନୂଆ ଚାଷୀ ,୯୭୫ ନବୀକରଣ, ବୋଡେନରେ ୪୨୪ ନୂଆ ଚାଷୀ, ୮୨୩ ନବୀକରଣ, ଭୋଜପୁରରେ ୩୦୭ ନୂଆ ଚାଷୀ, ୩୩୮ ନବୀକରଣ, ଭେଲାରେ ୫୫୧ ନୂଆ ଚାଷୀ, ୧୨୪୭ ନବୀକରଣ, ବେଲଟୁକୁରୀରେ ୩୪୦ ନୂଆ ଚାଷୀ, ୧୧୧୭ ନବୀକରଣ, ବି ବରଗାଁରେ ୨୩୦ ନୂଆ ଚାଷୀ, ୨୯୧ ନବୀକରଣ, କାଣ୍ଡତରାରେ ୮୮୩ ନୂଆ ଚାଷୀ, ୩୫୮ ନବୀକରଣ କରିଛନ୍ତି।

ସେହିପରି ଜିଲ୍ଲାରେ ୧୫ଟି ଏସଏଚଜି ଗ୍ରୃପ ଚଳିତ ବର୍ଷ ଖରିଫ ୩ ହଜାର ୮୨୧ ଜଣ ନୂଆ ଚାଷୀ ପଞ୍ଜିକୃତ କରିଥିବା ବେଲେ ୧୭୧୧ ଚାଷୀ ନବୀକରଣ କରିଛନ୍ତି। ଜିଲ୍ଲାରେ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଠିକ୍ ଭାବରେ ଧାନ କ୍ରିୟ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରକାଶ ଯେ ଚଳିତ ଖରଫ ବର୍ଷ ନୂଆପଡ଼ା ଜିଲ୍ଲାରେ ୯୪ ହଜାର ୫ଶହ ହେକ୍ଟରରେ ଧାନ ଚାଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର