ନୂଆପଡ଼ା: ଛତିଶଗଡ଼ ସରକାର ୯ ତାରିଖଠାରୁ ସଂପୂର୍ଣ୍ଣ ଭାବେ ଲକଡାଉନ କରିବାକୁ ଯାଉଛନ୍ତି। ହେଲେ ବର୍ତ୍ତମାନ ନୂଆପଡ଼ା ଜିଲ୍ଲାରେ କରୋନାର ଭୟ ହେଖାଦେଇଛି। ଛତିଶଗଡ଼ରେ ଲକଡାଉନ ହେବାର ଜାଣି ସେଠାରେ ଥିବା ନୂଆପଡ଼ା ଜିଲ୍ଲାର ହଜାର ହଜାର ଲୋକ ବସ୍‌, ଟ୍ରେନ ଓ ବିଭିନ୍ନ ଗାଡ଼ିରେ ନୂଆପଡ଼ା ଫେରୁଛନ୍ତି। ସେଥିପାଇଁ ନୂଆପଡ଼ା ଜିଲ୍ଲାରେ କରୋନା ଧୀରେ ଧୀରେ ତାର କାୟ ବିସ୍ତାର କରୁଥିବା ଦେଖିବାକୁ ମିଳିଛି।

Advertisment

ଛତିଶଗଡ଼ରୁ ନୂଆପଡ଼ା ପ୍ରବେଶ କରିବାକୁ  ଛୋଟବଡ଼ ୬ରୁ ୭ଟି ରାସ୍ତା ରହିଛି। ହେଲେ ନୂଆପଡ଼ା ପ୍ରଶାସନ ଖରିଆର ରୋଡ ସୀମାରେ ଛତିଶଗଡ଼ରୁ ଆସୁଥିବା ଗାଡ଼ିକୁ ଯାଞ୍ଚ କରିବା ସହ ଲୋକଙ୍କ ପରୀକ୍ଷା ମଧ୍ୟ କରାଉଛି। ଜାଣିବାକୁ ମିଳିଛି ଯେ ଛତିଶଗଡ଼ ଯାଇଥିବା ଶ୍ରମିକମାନେ ବିଭିନ୍ନ ରାସ୍ତା ଦେଇ ନୂଆପଡ଼ାକୁ ଲୁପିଛପି ଆସୁଛନ୍ତି। ଯାହାଫଳରେ ନୂଆପଡ଼ା ଜିଲ୍ଲାରେ ଧୀରେ ଧୀରେ କରୋନା ତାର କାୟା ବିସ୍ତାର କରୁଛି। ଜିଲ୍ଲାରେ ପ୍ରତିଦିନ ୫୦ରୁ ଅଧିକ କରୋନା ସଂକ୍ରମିତ  ଚିହ୍ନଟ ହେଉଛନ୍ତି। ଜିଲ୍ଲା ପ୍ରଶାସନ ଏହା ଉପରେ ନଜର ନଦେଲେ ଆଗାମୀ ଦିନରେ ନୂଆପଡ଼ା ଜିଲ୍ଲା ବିପଦରେ ପଡ଼ିବ। କରୋନା କଟକଣା କେହି ମାନୁନଥିବା କାରଣରୁ  ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି କୁରୁମପୁରୀ ସପ୍ତାହ ବଜାର ସହ ସମସ୍ତ ଦୋକାନ ବଜାରକୁ ବନ୍ଦ ଘୋଷଣା କରାଯାଇଛି।