ନୂଆପଡ଼ା: ଛତିଶଗଡ଼ ପରେ ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳବିବାଦ ମାମଲାରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଟ୍ରିବ୍ୟୁନାଲ ଟିମ୍।ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଦ୍ଧିଷ୍ଟ ଏହି ଟ୍ରିବ୍ୟୁନାଲ ଟିମ ଆଜି ମହାନଦୀ ଉପର ମୁଣ୍ଡ ରେ ଥିବା ବରଗଡ଼ ଜିଲ୍ଲା ସୀମାନ୍ତରେ ଥିବା ନୂଆପଡା ଜିଲ୍ଲା ସଦର ବ୍ଲକ ବ୍ଲକର ସାଇପଲା ଡ୍ୟାମ ପରିଦର୍ଶନ କରିଛନ୍ତି। ଏହାପରେ ପତୋରା ଡ୍ୟାମ ଅଞ୍ଚଳ ବୁଲି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ତିନିଜଣିଆ ଟିମରେ ଅଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏଏମ୍ ଖାଣ୍ଡିଲକର, ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରମିତ କୌର ଅଛନ୍ତି । ଏଥିରେ ଜଣେ ରେଜିଷ୍ଟ୍ରାର, ୨ ଆସେସର ଅଛନ୍ତି। ଏହା ସହିତ ଛତିଶଗଡ଼ ଓ ଓଡ଼ିଶାର ଜଳସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମ୍ର ସଦସ୍ୟଙ୍କୁ ନେଇ ଟିମ କ୍ଷେତ୍ର ପରିଦର୍ଶନ କରିଛନ୍ତି।
/sambad/media/post_attachments/wp-content/uploads/2023/05/nuap.jpg)
ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ହୀରାକୁଦ ଡ୍ୟାମ, ବୁର୍ଲା ପାୱାର ହାଉସ ଚିପିଲିମା ଓ ଏବଂ ବରଗଡ଼ ଜିଲ୍ଲା ଅତାବିରା ପହଞ୍ଚି ବରଗଡ଼ ମୁଖ୍ୟ କେନାଲ କ୍ଷେତ୍ର ପରିଦର୍ଶନ କରିସାରିଛି ଟ୍ରିବ୍ୟୁନାଲ ଟିମ। ଆସନ୍ତା ୨୮ ତାରିଖ ଯାଏଁ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଟିମ୍ ହୀରାକୁଦ ବନ୍ଧ ସମେତ ଏହାର ଉଭୟ ତଳ ଓ ଉପରମୁଣ୍ଡ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାର କରିଛି ।
ତେବେ ଟ୍ୟୁବୁନାଲ ଟିମ୍ ନୂଆପଡ଼ା ଜିଲ୍ଲାରେ କ୍ଷେତ୍ର ପରିଦର୍ଶନ କରି ଏହାଦ୍ୱାରା ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଉପୁଜିଥିବା ବିବାଦ ସମାଧାନ କରିବାରେ କେତେ ସକ୍ଷମ ହେଉଛି, ତା ଉପରେ ସମସ୍ତଙ୍କ ନଜର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/nua.jpg)